ବୈପାରିଗୁଡ଼ା: ଶଶୁର ଘରେ ଝିଅର ମୃତ୍ୟୁକୁ ନେଇ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାରେ ମା’ ହତ୍ୟା ଅଭିଯୋଗ ଆଣିଛନ୍ତି। ଝିଅକୁ ହତ୍ୟା କରି ବେକରେ ଓଢ଼ଣୀ ଲଗାଇ ଝୁଲେଇ ଦିଆଯାଇଥିବା ନେଇ ଏତଲା ଦେଇଛନ୍ତି।
ବୈପାରିଗୁଡ଼ା ମେନ୍ରୋଡ଼ରେ ରହୁଥିବା ମଞ୍ଜୁଳା ନାୟକଙ୍କ ଝିଅ ବର୍ଷା (୨୦) ୨୦୨୩ ମସିହା ସେପ୍ଟେମ୍ବର ୧୬ ତାରିଖ ଦିନ ଘରୁ ଚାଲିଯାଇଥିଲେ। ସ୍ଥାନୀୟ ହନୁମାନ ନଗରରେ ରହୁଥିବା ଧନ ଟାକ୍ରିଙ୍କ ପୁଅ ଦୁଃଖି ଶ୍ୟାମ ଟାକ୍ରିଙ୍କୁ ସେ ଭଲପାଉଥିବାାରୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଆଜି ଝିଅକୁ ମାରପିଟ୍ କରି ଜୀବନରେ ମାରି ଦିଆଯାଇଛି ବୋଲି ଥାନାରେ ଏତଲା ଦେଇଛନ୍ତି।
ଅଭିଯୋଗରେ ସେ କହିଛନ୍ତି, ୪ରୁ ୫ ଦିନ ତଳେ ମୋର ଝିଅ ମୋତେ ଶଶୁର ଘରେ ମାରପିଟ୍ କରୁଥିବା ମେସେଜ କରି ଜଣେଇ ଥିଲା। ମୋ ଝିଅର ସ୍ବାମୀ ଦୁଖି ଶ୍ୟାମ ଟାକ୍ରି ମୋ ଝିଅକୁ ମାରିଦେଇଛି। ତେଣୁ ଦୋଷୀକୁ ଉଚିତ ଦଣ୍ଡ ଦେବାପାଇଁ ଦାବି କରୁଛି।
Koraput
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/24/kpt1-2025-07-24-23-04-46.jpg)