ସୁନ୍ଦରଗଡ଼: ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ହୋଇଛି। ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁରସ୍ଥିତ ଏକ ଘର ଭିତରୁ ମଙ୍ଗଳବାର ଦିନ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ସଂଯୁକ୍ତା କିଶାନ (୩୫)। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେଉଛି।
ସୂଚନା ଅନୁସାରେ ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁର ଗାଁରେ ସଂଯୁକ୍ତା କିଶାନ ରହୁଥିଲେ। ସେ ସିଆରପି ଭାବେ କାର୍ଯ୍ୟରତ ଥିବା ବେଳେ ସ୍ବାମୀଙ୍କ ଠାରୁ ଅଲଗା ହୋଇ ଏକା ରହୁଥିଲେ। ତାଙ୍କର ସ୍ବାମୀ ସରକାରୀ ବସ୍ ’ଲକ୍ଷ୍ମୀ’ରେ ଡ୍ରାଇଭର ଥିଲେ। ତାଙ୍କର ଘରର ଫାଟକ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ଥିବାରୁ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ।
ସଂଯୁକ୍ତା କିଶାନ ସିଆରପି ଭାବେ କାର୍ଯ୍ୟରତ ଥିବା ବେଳେ ସ୍ବାମୀଙ୍କ ଠାରୁ ଅଲଗା ହୋଇ ଏକା ରହୁଥିଲେ। ତାଙ୍କର ସ୍ବାମୀ ସରକାରୀ ବସ୍ ’ଲକ୍ଷ୍ମୀ’ରେ ଡ୍ରାଇଭର ଥିଲେ। ସ୍ଥାନୀୟ ଲୋକେ ଗତକାଲି ତାଙ୍କୁ ଦେଖିବାକୁ ପାଇଥିଲେ। ଆଜି କିନ୍ତୁ ସେ ବାହାରକୁ ନଆସିଥିବାରୁ ସନ୍ଦେହ ହୋଇଥିଲା।
/sambad/media/media_files/2025/05/27/sundargarh1-747214.jpg)
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଘର ଭିତରୁ ମହିଳାଙ୍କର ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଘର ଭିତରେ ବାସନକୁସନ ଏଣେତେଣେ ପଡ଼ିଛି। ଖଟରେ କପଡ଼ା ମଧ୍ୟ ଠିକ୍ଠିକ୍ ନାହିଁ। ଯାହା ଅନୁମାନ କରାଯାଉଛି, ସଂଯୁକ୍ତ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରିଥାଇ ପାରନ୍ତି। ଘଟଣାସ୍ଥଳର ପାରିପାର୍ଶ୍ବିକ ଅବସ୍ଥା ଅନୁସାରେ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ମଧ୍ୟ ପୁଲିସ ସନ୍ଦେହ କରୁଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।
Crime | sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/27/29eff93a-3cea-4314-9ec5-a95a76dac134-374898.jpg)