ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ରେଳ ଷ୍ଟେସନ୍ରୁ‌ ନିଖୋଜ ଯୁବତୀଙ୍କର ମୃତଦେହ ବଅଁରପାଳ ଥାନା  ଭୋଗବେରେନି ପଂଚାୟତ କେନ୍ଦୁପଲି ଗାଁ ନିକଟ ବିଲରୁ ମିଳିଛି। ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହା ପୂର୍ବରୁ ଯୁବତୀ ଜଣକ ଦୁଷ୍କର୍ମର ଶିକାର ହୋଇଥାଇ ପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି। 

Advertisment

ସୂଚନା ଅନୁସାରେ ଗତ ୨୬ ତାରିଖ ଦିନ କଣିହାଁ ଥାନା ଅନ୍ତର୍ଗତ ଲୁଧାଝରି ଗାଁର ସୁଭଦ୍ରା ପଦୀଲ ଭୁବନେଶ୍ୱର ଯିବା ପାଇଁ ବାହାରି ଥିଲେ। ଏଥି ପାଇଁ ସେ ଏକ ଅଟୋରେ ତାଳଚେର ଷ୍ଟେସନକୁ ଯାଇଥିଲେ। ସେଦିନ ଟ୍ରେନ ବାତିଲ ହେବା ପରେ ପୁଣି ଏକ ଅଟୋ ମାଧ୍ୟମରେ ତାଳଚେର ରୋଡ଼ ଷ୍ଟେସନକୁ ଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ ସ୍ୱିଇଚ୍‌ ଅଫ ହେବାରୁ ପରିବାର ଲୋକ ତାଳଚେର  ରେଳବାଇ ଫାଣ୍ଡିରେ ଝିଅ ନିଖୋଜ ହେବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ।

ଗତ ୨୬ ତାରିଖ ଦିନ କଣିହାଁ ଥାନା ଅନ୍ତର୍ଗତ ଲୁଧାଝରି ଗାଁର ସୁଭଦ୍ରା ପଦୀଲ ଭୁବନେଶ୍ୱର ଯିବା ପାଇଁ ବାହାରି ଥିଲେ। ଏଥି ପାଇଁ ସେ ଏକ ଅଟୋରେ ତାଳଚେର ଷ୍ଟେସନକୁ ଯାଇଥିଲେ। ସେଦିନ ଟ୍ରେନ ବାତିଲ ହେବା ପରେ ପୁଣି ଏକ ଅଟୋ ମାଧ୍ୟମରେ ତାଳଚେର ରୋଡ଼ ଷ୍ଟେସନକୁ ଯାଇଥିଲେ।

 

ଆଜି ଯୁବତୀଙ୍କ ମୃତଦେହ ତାଳଚେର ରୋଡ଼ ଷ୍ଟେସନ ପାଖାପାଖି ଭୋଗବେରେନି ପଞ୍ଚାୟତ କେନ୍ଦୁପଲ୍ଲୀ ଗାଁ ନିକଟ ବିଲମାଳରୁ ଉଦ୍ଧାର ହୋଇଛି। ରେଳବାଇ ପୁଲିସ ଏକ ଅଟୋକୁ ଜବତ କରିଥିବା ବେଳେ ଅଟୋ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବଅଁରପାଳ ପୁଲିସ ସହ ସନ୍ଧାନୀ କୁକୁର ପହଁଚିଛନ୍ତି। ପୁଲିସ ଏକ ମାମଲା ରୁଜୁ କରିଛି।  

murder | angul