ଝାରସୁଗୁଡ଼ା: ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତି ଥିବା ମହିଳାଙ୍କ ଶବ ଉଦ୍ଧାର l ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ କୋଇଲା ନେବା ପାଇଁ ଆସିଥିବା ରେଳ ଗାଡ଼ିର ୱାଗନରୁ ଅଖା ବସ୍ତାରେ ଭର୍ତି ଥିବା ମହିଳାଙ୍କ ଶବ ଉଦ୍ଧାର ହୋଇଛି l
ଝାରସୁଗୁଡା ଜିଲ୍ଲା ପୁଲିସ, ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ମହିଳାଙ୍କ ପରିଚୟ ମିଳିନଥିବାବେଳେ ଛତିଶଗଡ଼ ଅଗଲତାରାରୁ କୋଇଲା ନେବା ପାଇଁ ବିଓସିଏମ ସାଇଡିଂ ନମ୍ବର ୩କୁ ଏହି ରେଳ ଗାଡ଼ିଟି ଆସିଥିବା ଜଣାପଡିଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/25/ieAXTFu7wyvEITWLzD8f.jpg)