ଆନନ୍ଦପୁର: କେନ୍ଦୁଝରଜିଲ୍ଲା ଆନନ୍ଦପୁରରେ ଚାଞ୍ଚଲ୍ୟ। ଗତକାଲି ରାତିରେ ମନୋହରପୁର ପଞ୍ଚାୟତ ଅନ୍ତର୍ଗତ ବୈତରଣୀ ନଦୀର ସୁନାମୁନି ଘାଟରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ଆଜି ସକାଳେ ଆନନ୍ଦପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଉକ୍ତ ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ବୈତରଣୀ ନଦୀରେ ଫଙ୍ଗି ଦେଇଥିବାର ଅନୁମାନ କରାଯାଉଛି। ମୃତାଙ୍କର ପରିଚୟ ମିଳିନଥିବାରୁ ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନାହିଁ।
ଉକ୍ତ ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ବୈତରଣୀ ନଦୀରେ ଫଙ୍ଗି ଦେଇଥିବାର ଅନୁମାନ କରାଯାଉଛି। ମୃତାଙ୍କର ପରିଚୟ ମିଳିନଥିବାରୁ ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/08/Ql8lunwksHFx9yxUwlkP.jpg)