ପଦ୍ମପୁର: କେନ୍ଦୁଝର ସଦର ଥାନା ଅର୍ନ୍ତଗତ ଗୋବର୍ଦ୍ଧନ ଗାଁ ମୁଣ୍ଡାସାହିରେ ଜଣେ ଯୁବକ ବେକରେ ଶାଢ଼ି ସାହାଯ୍ୟରେ ଜୀବନ ହାରିଛନ୍ତି। ମୃତ ବ୍ୟକ୍ତି ହେଲେ ପ୍ରଧାନ ମୁଣ୍ଡା(୨୩)।
ସୂଚନା ଅନୁସାରେ, ଆଜି ପ୍ରଧାନ ମୁଣ୍ଡା ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପ୍ରଧାନ ଉତ୍ତ୍ୟକ୍ତ ହୋଇଥିଲେ। ସେ ଘର ଭିତରୁ ଏକ ଶାଢ଼ି ଆଣି ଝୁଲି ପଡ଼ିଥିଲେ। ପରିବାର ଲୋକେ ଦେଖିବା ପରେ ଖବର ପାଇ ସଦର ଥାନା ପୁଲିସ ଏଏସ୍ଆଇ ସତ୍ୟଜିତ୍ ନାୟକ ଶବ ଜବତ କରିବା ସହିତ ତଦନ୍ତ ଚଳାଇଛନ୍ତି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ପ୍ରଧାନଙ୍କ ଏକ ଶିଶୁ ଓ ସ୍ତ୍ରୀ ଅସହାୟ ହୋଇଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/23/QkM7yigOVPjES7pcUL6H.webp)