ବୈଶିଙ୍ଗା: ଶୋଇବା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୟୂରଭଞ୍ଜଜିଲ୍ଲା ବେତନଟୀ ମୁଖ୍ୟ ବଜାର ଧର୍ମଶାଳା ସମ୍ମୁଖ ବାସଭବନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। 
ସୂଚନାନୁଯାୟୀ,ବେତନଟୀ ମୁଖ୍ୟବଜାର ଧର୍ମଶାଳା ସମ୍ମୁଖସ୍ଥ ବାସଭଵନରୁ ଜନୈକ ଯୁବକଙ୍କ ଝୁଲନ୍ତା ମୃତଦେହ ସୋମବାର ସକାଳ ସାଢେ୧୧ଟାରେ ଜବତକରି ପଞ୍ଚନାମା କରିବା ସହିତ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ବେତନଟୀ ପୁଲିସ l ମୃତକ ହେଉଛନ୍ତି କମଳାକାନ୍ତ ପରିଡାଙ୍କ ୨୭ବର୍ଷୀୟ ପୁଅ ବିଶ୍ୱଜିତ ପରିଡା l

Advertisment

ବିଶ୍ୱଜିତ ରବିବାର ସନ୍ଧ୍ୟାରେ ଘରକୁ ଫେରି ନିଜ ରୁମରେ କବାଟ ବନ୍ଦକରି ଶୋଇଥିଲେ l ସୋମବାର ସକାଳେ ଉଠିବାରେ ବିଳମ୍ବ ହେବାରୁ ଅଫିସ ଯିବା ସମୟ ହୋଇଯାଉଥିବାରୁ ପରିବାର ଲୋକେ କବାଟ ବାଡେଇଥିଲେ l ମାତ୍ର ବିଶ୍ୱଜିତ କବାଟ ଖୋଳିନଥିଲେ କୌଣସି ଉତ୍ତର ଦେଇନଥିଲେ l ବହୁବାର ଡାକିବା ସତ୍ବେ ବିଶ୍ୱଜିତ କୌଣସି ପ୍ରତିକ୍ରିୟା ନଦେବାରୁ ବ୍ୟସ୍ତ ବିବ୍ରତ ହୋଇ ଘରଲୋକେ ପାଖ ପଡ଼ୋଶୀ ଓ ସାଙ୍ଗସାଥୀଙ୍କୁ ଡାକିଥିଲେ l କବାଟ ଭାଙ୍ଗିବା ପରେ ଫ୍ୟାନରେ ବିଶ୍ୱଜିତଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ l ଖବରପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ l ସୋଫା କଭରରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ନେଇ ପାରିପାର୍ଶ୍ଵିକ ସ୍ଥିତିରୁ ପୁଲିସ ଅନୁମାନ କରୁଛି l ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ବିଶ୍ୱଜିତ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି l

ପରିବାରବର୍ଗଙ୍କ ସୂଚନା ମୁତାବକ ବିଶ୍ୱଜିତ ରବିବାର ସନ୍ଧ୍ୟାରେ ଘରକୁ ଫେରି ନିଜ ରୁମରେ କବାଟ ବନ୍ଦକରି ଶୋଇଥିଲେ l ସୋମବାର ସକାଳେ ଉଠିବାରେ ବିଳମ୍ବ ହେବାରୁ ଅଫିସ ଯିବା ସମୟ ହୋଇଯାଉଥିବାରୁ ପରିବାର ଲୋକେ କବାଟ ବାଡେଇଥିଲେ l ମାତ୍ର ବିଶ୍ୱଜିତ କବାଟ ଖୋଳିନଥିଲେ କୌଣସି ଉତ୍ତର ଦେଇନଥିଲେ l ବହୁବାର ଡାକିବା ସତ୍ବେ ବିଶ୍ୱଜିତ କୌଣସି ପ୍ରତିକ୍ରିୟା ନଦେବାରୁ ବ୍ୟସ୍ତ ବିବ୍ରତ ହୋଇ ଘରଲୋକେ ପାଖ ପଡ଼ୋଶୀ ଓ ସାଙ୍ଗସାଥୀଙ୍କୁ ଡାକିଥିଲେ l କବାଟ ଭାଙ୍ଗିବା ପରେ ଫ୍ୟାନରେ ବିଶ୍ୱଜିତଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ l ଖବରପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ l ସୋଫା କଭରରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ନେଇ ପାରିପାର୍ଶ୍ଵିକ ସ୍ଥିତିରୁ ପୁଲିସ ଅନୁମାନ କରୁଛି l ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ବିଶ୍ୱଜିତ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି l ୩୧ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ ପୂର୍ବକ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ବେତନଟୀ ପୁଲିସ l