ନୀଳଗିରି: କେନାଲରୁ ଉଦ୍ଧାର ହୋଇଛି ୩୫ ବର୍ଷୀୟ ଯୁବକଙ୍କ ମୃତଦେହ। ପରିବାର ଆଣିଲା ହତ୍ୟା ଅଭିଯୋଗ।
ଖନ୍ତାପଡା ଥାନା ଅଧୀନ ନୂଆଗାଁ ପଞ୍ଚାୟତ ଚଣ୍ଡୀପୁର ଗ୍ରାମର ଉଦୟ ଚରଣ ନାୟକଙ୍କ ୩୫ ବର୍ଷୀୟ ପୁଅ ଅଜୟ ନାୟକ(ବାପୁନୁ) ଗତକାଲି ସନ୍ଧ୍ୟା ସମୟରୁ ନିଖୋଜ ଥିଲେ। ବିଳମ୍ବିତ ରାତି ପର୍ଯ୍ଯନ୍ତ ଅଜୟ ଘରକୁ ନ ଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ।ଗଡିଆମାଳ ଛକ ନିକଟ କେନାଲରେ ବାପୁନୁଙ୍କ ମୃତ ଶରୀର ପଡିଥିବା ଦେଖି ସକାଳୁ ସ୍ଥାନୀୟ ଲୋକମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ସୂଚନା ମୁତାବକ ଖନ୍ତାପଡା ଥାନା ଅଧୀନ ନୂଆଗାଁ ପଞ୍ଚାୟତ ଚଣ୍ଡୀପୁର ଗ୍ରାମର ଉଦୟ ଚରଣ ନାୟକଙ୍କ ୩୫ ବର୍ଷୀୟ ପୁଅ ଅଜୟ ନାୟକ(ବାପୁନୁ) ଗତକାଲି ସନ୍ଧ୍ୟା ସମୟରୁ ନିଖୋଜ ଥିଲେ। ବିଳମ୍ବିତ ରାତି ପର୍ଯ୍ଯନ୍ତ ଅଜୟ ଘରକୁ ନ ଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ।ଗଡିଆମାଳ ଛକ ନିକଟ କେନାଲରେ ବାପୁନୁଙ୍କ ମୃତ ଶରୀର ପଡିଥିବା ଦେଖି ସକାଳୁ ସ୍ଥାନୀୟ ଲୋକମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପରିବାର ଲୋକେ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ନିମନ୍ତେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ବେଳେ ଖନ୍ତାପଡା ଥାନାରେ ଅଭିଯୋଗ କରିଛନ୍ତି। ନିକଟ କେନାଲରେ ଉଦ୍ଧାର ପାଦେ ପାଦେ ପାଣିଥିବା ବେଳେ ସେଠାରେ ସେ କେମିତି ବୁଡ଼ି ମଲେ ,କେହି ତାଙ୍କୁ ମାରି ଏଠାରେ ଫୋପାଡ଼ିଥିବା ମୃତ ଅଜୟଙ୍କ ବାପା ଉଦୟ ଅଭିଯୋଗ କରିଛନ୍ତି। ଖନ୍ତାପଡା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/04/cc16TsmY2s2bbRbiio7I.jpg)