ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହର ମଧ୍ୟରେ ଥିବା କାଦୋପଡାରେ ରହୁଥିବା ଗୋପିନାଥ ପରୁଆ ନାମକ ଜୈନିକ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଉଦ୍ଧାର ହୋଇଥିବା ଜଣାପଡିଛି।
କାଦୋପଡାରେ ରହୁଥିବା ଗୋପିନାଥ ନିଜ କୋଠରୀରେ ଥିବା ବେଳେ କୋଠରୀରୁ ନ ବାହାରିବାରୁ ପରିବାର ଲୋକେ ତାଙ୍କୁ ଡାକିଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ କବାଟ ବାଡେଇଥିଲେ। ପରେ ଦେଖିବାକୁ ପାଇଲେ ଯେ, ଗୋପୀନାଥ ପଙ୍ଖାରେ ଦଉଡି ଲଗାଇ ଝୁଲୁଥିଲେ। ସେ ସମୟରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା।
ଏ ସମ୍ପର୍କରେ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୁଲିସ କେସ ନଂ ୧୧/୨୫ ରେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
Balangir