ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ କୁନ୍ଦନପଦର ଡ୍ୟାମ୍ରେ ମହିଳାଙ୍କ ମୃତଦେହ ଭାସୁଥିବା ମୃତଦେହ ଜବତ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ବଡ଼ କାଚାପାଇଁ ଗ୍ରାମର ନୂଆ ପ୍ରାସ୍କାଙ୍କ ସ୍ତ୍ରୀ କବିତା କୁମ୍ଭୁରୁକା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାଇ ଗତ ଦୁଇଦିନ ହେବ କବିତା ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରୁଥିବା ବେଳେ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା।
ଆଜି ସକାଳୁ କୁନ୍ଦନପଦର ଗ୍ରାମର କିଛି ଲୋକେ ଡ୍ୟାମ୍କୁ ଗାଧେଇବା ପାଇଁ ଯାଇଥିଲେ। ସେଠାରେରେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ଏହାପରେ ପରିବାର ଓ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏହି ଘଟଣାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
Rayagada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/05/dead-2025-07-05-21-11-45.jpg)