ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରୁ ରବିବାର ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମଞ୍ଚେଶ୍ବର ରେଳଡବା ମରାମତି କାରଖାନା ନିକଟସ୍ଥ ଖେଳ ପଡ଼ିଆରୁ ଏହି ମୃତଦେହ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ରେଳଡବା ମରାମତି କାରଖାନା ନିକଟସ୍ଥ ଖେଳ ପଡ଼ିଆରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।
#ଭୁବନେଶ୍ବରରେ_ଯୁବକଙ୍କୁ_ହତ୍ୟା
— Sambad (ସମ୍ବାଦ) (@sambad_odisha) September 7, 2025
-ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
-ରେଳଡବା ମରାମତି କାରଖାନା ଖେଳ ପଡ଼ିଆରେ ମୃତଦେହ
-ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚି଼ହ୍ନ
-ଦିନେ/ଦୁଇଦିନ ପୂର୍ବରୁ ହତ୍ୟା ସନ୍ଦେହ
-ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ #Sambad#Murder#Bhubaneswarpic.twitter.com/Rqy5ey0Tuv
ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚି଼ହ୍ନ ରହିଛି। ଦିନେ/ଦୁଇଦିନ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ।