ବୈଶିଙ୍ଗା: ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ଖଇରବଣୀ ଛକ ନିକଟରେ ସୋମବାର ଭୋର ସକାଳୁ ଜନୈକ ଯୁବକଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର କରିଛି ବୈଶିଙ୍ଗା ପୁଲିସ l ମୃତ ଯୁବକ ହେଉଛନ୍ତି ବେତନଟୀ ଅଞ୍ଚଳର ସ୍ବର୍ଗତଃ ସୁରେଶ ଚନ୍ଦ୍ର ବେହେରାଙ୍କ ଏକ ମାତ୍ର ପୁଅ ଆଶୁତୋଷ ଔରଫ ଵୁଡୁ(୩୮) l
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି କାଲି ଦଶହରା ଥିବାରୁ ଵୁଡୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବେତନଟୀ ବଜାରରେ ବୁଲାବୁଲି କରୁଥିଲେ ଏବଂ ତାଙ୍କ ନିଜର ପଲସର ବାଇକଟି ମଧ୍ୟ ଆଜି ପର୍ଯ୍ୟନ୍ତ ପୂଜା ମଣ୍ଡପ ପାଖରେ ଛିଡା ହୋଇଛି l ତେବେ ସେ ନିଜ ବାଇକ ସେଠାରେ ଛାଡି ଦେଇ ଆଉ କାହା ସହିତ ଯାଇଥିବାର ପୁଲିସ ସନ୍ଦେହ କରୁଛି l ତେବେ ଭୋର ୪ଟା ପାଖାପାଖି ସମୟରେ ଵୁଡୁ ନିଜ ମାଆଙ୍କୁ ଫୋନ କରି ଘରକୁ ଯାଉଛନ୍ତି ବୋଲି କହିଥିଲେ l ହେଲେ ମାତ୍ର ୧ଘଣ୍ଟା ପରେ ପରିବାର ବର୍ଗଙ୍କୁ ଖବର ମିଳିଲା ଯେ ଵୁଡୁର ମୃତ ଦେହ ଜାତୀୟ ରାଜପଥ ପାର୍ଶ୍ୱରୁ ମିଳିଛି ଓ ପୁଲିସ ଶବ ଉଦ୍ଧାର କରି ନେଇ ବୈଶିଙ୍ଗା ଡାକ୍ତରଖାନାରେ ରଖିଛି l
ତେବେ ଵୁଡୁର ମୁଣ୍ଡରେ ଗଭୀର କ୍ଷତ ହେବା ସହିତ ପ୍ରଚୁର ରକ୍ତସ୍ରାବକୁ ଦେଖି ଏହା ଏକ 'ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛିl ବୈଶିଙ୍ଗା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଵୁଡୁର ମରଶରୀରକୁ ଉଦ୍ଧାର କରିବା ସହିତ ବୈଶିଙ୍ଗା ଡାକ୍ତରଖାନାକୁ ଆଣିଥିଲେ l ପରେ ଖବର ପାଇ ବେତନଟୀରୁ ତାଙ୍କର ପରିବାର ବର୍ଗ ତଥା ସାଙ୍ଗ ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚିଛନ୍ତିl ମାତ୍ର ୪ବର୍ଷ ତଳେ ଗୁଡୁ ବିବାହ କରିଥିବା ବେଳେ ତାଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନଟିଏ ଅଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/oHjoGUJ1J0tMxpD2ASTD.jpg)