ରା.ଉଦୟଗିରି: ରା.ଉଦୟଗିରି ଥାନା ଅନ୍ତର୍ଗତ ଦୁର୍ଗମ ସିଆଲିଲଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାର୍ନଳି ବ୍ରିଜ ତଳୁ ଉଦ୍ଧାର ହୋଇଛି ଏକ ମୃତଦେହ। ଖବର ପାଇ ଆଜି ସକାଳୁ ରା.ଉଦୟଗିରି ପୁଲିସ ଥାନାଧିକାରୀ ଅଶ୍ଵିନୀ ଭିତ୍ରିଆଙ୍କ ନେତୃତ୍ଵରେ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଦ୍ଧାର ହୋଇଥିବା ମୃତଦେହ ଚିହ୍ନଟ ହୋଇନଥିବାବେଳେ ଶରୀରର ଅଣ୍ଟା ଠାରୁ ତଳକୁ ନାହିଁ। ଶବ ପଚିଯାଇଥିବାରୁ ଏହା ଦଶବାର ଦିନର ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ମୃତଦେହର ନିମ୍ନଭାଗ ନଥିବାରୁ କୌଣସି ବନ୍ୟଜନ୍ତୁ ଖାଇଦେଇଥିବା କିମ୍ବା ହତ୍ୟା ହୋଇଥିଲେ ନିମ୍ନ ଭାଗ ପୁଣି ମିଳିବାର ଅନୁମାନ କରାଯାଉଛି।
ଘଟଣା ସ୍ଥଳରେ ଜିଲ୍ଲାରେ ସାଇଣ୍ଟିଫିକ୍ ଟିମକୁ ଅପେକ୍ଷା କରାଯାଇଛି ଏହା ଏକ ହତ୍ୟା ନା ଆତ୍ମହତ୍ୟା ଜାଣିବା ପାଇଁ। ୭/୮ ବର୍ଷ ତଳେ ଗୁଣିଗାରେଡ଼ି ସନ୍ଦେହରେ ଦାଦାକୁ ପୁତୁରାମାନେ ଗୁଳି କରି ହତ୍ୟା କରିବା ଭଳି ଘଟଣାରେ ଅଞ୍ଚଳରେ ଘଟିଥିଲା। ଅନ୍ଧବିଶ୍ଵାସକୁ ନେଇ ବୁଢ଼ୀମାକୁ କଟୁରିରେ ହାଣି ହତ୍ୟା କରିବା ଭଳି ଘଟଣା ଘଟିଥିଲା। ଏସବୁର ଅଭିଯୁକ୍ତଙ୍କୁ ପୁଲିସ ହାଜତକୁ ପଠାଇଥିଲା। ଏହା ଅନ୍ଧବିଶ୍ଵାସ କିମ୍ବା ଗୁଣିଗାରେଡ଼ିକୁ ନେଇ ଏଭଳି ଘଟଣା ଘଟିଛି ନା ଆଉ କିଛି ସେନେଇ ତଦନ୍ତ ଚାଲିଛି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/16/ik9k1OQEQUykBP40SP16.jpg)