ଭୁବନେଶ୍ବର: ୱାକଫ୍‌ ବିଲ୍‌ ସମର୍ଥନରେ ବିବେକ ଅନୁସାରେ ଭୋଟ ଦେବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କହୁଥିବାର ଏକ ଭିଡିଓ ଓ ଲେଖା ଦଳୀୟ ସାଂସଦ ସୁଲତା ଦେଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହାକୁ ନେଇ ବିବାଦ ଥମୁନାହିଁ। ଆଜି ଏନେଇ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଷୋଦଗାର କରିଛନ୍ତି। ସେ କହିଛନ୍ତି, ସୁଲତା ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି। ମୁଖିଆ କହିଲା ପରେ ଆମର ଆଉ କାହାର କିଛି କହିବାର ଅଧିକାର ନାହିଁ। ସୁଲତା ଜାଣନ୍ତି, ମୁଁ କେବେଠାରୁ ଦଳରେ ଅଛି ଓ ସେ କେବେ ଆସିଲେ, ଫରକ୍ ଅଛି। ଜୁନିଅର୍ ହୋଇ ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି। ଏନେଇ  ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେ କାର୍ଯ୍ୟାନୁଷ୍ଠାନ ନେବେ।

Advertisment

ସୂଚନାଯୋଗ୍ୟ, ବିବେକ ଅନୁସାରେ ଭୋଟ ଦେବାକୁ ନବୀନ କହୁଥିବାର ଏକ ଭିଡିଓ ଓ ଲେଖା, ଦଳୀୟ ସାଂସଦ ସୁଲତା ଦେଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ବିଜେଡିର ଦୋମୁହାଁ ନୀତି ପଦାରେ ପଡ଼ିଛି । ଅବଶ୍ୟ ନବୀନ ବିବେକାନୁମୋଦିତ କଥାଟା ଅତି ଚତୁରତାର ସହ କହିଥିଲେ । ଯାହାକୁ ନେଇ ବିଶେଷ ଆଲୋଚନା ହୋଇନଥିଲା।  
   
ସୁଲତା କେବଳ ନବୀନଙ୍କ ପୋଲ୍‌ ଖୋଲି ନାହାନ୍ତି, ସସ୍ମିତଙ୍କୁ ସମର୍ଥନ କରିବା ସହ ବିଜେଡି ସାଂସଦ ମୁନା ଖାଁ ଓ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଥିଲେ। ଶହ ଶହ ମୁସଲମାନଙ୍କୁ ସାଙ୍ଗରେ ଧରି ନବୀନ ନିବାସ ଯାଇ ମୁନା କରିଥିବା ଅଭିଯୋଗକୁ ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର ବୋଲି କହିଥିଲେ।  ତେବେ ସୁଲତାଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ଚିହିଁକି ଉଠିଛନ୍ତି ମୁସଲିମ ଭୋଟର । ନବୀନ ପଟ୍ଟନାୟକ ପଛରୁ ଛୁରୀ ଭୁସିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ନୀତୀଶ ଓ ନାଇଡୁଙ୍କ ଭଳି ପ୍ରତାରଣା କରିଛନ୍ତି ବୋଲି କହିଛନ୍ତି। ଏଥିସହ ଆଗାମୀ ଦିନରେ ଏହାର ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। 

ୱାକଫ୍‌ ବିଲ୍‌କୁ ବିରୋଧ କରିବାକୁ ନବୀନ ସଂସଦୀୟ ଦଳ ବୈଠକରେ ନିର୍ଦ୍ଦେଶ  ଦେଇଥିଲେ। ସେହି ଅନୁସାରେ ରାଜ୍ୟସଭାରେ ମୁନା ଖାନ୍ ବିଲ୍‌କୁ ବିରୋଧ କରିଥିଲେ । ହେଲେ, ଦଳ ପକ୍ଷରୁ କୌଣସି ହୁଇପ୍ ଜାରି କରାଯାଇନଥିଲା । ସେହିଦିନ ସସ୍ମିତ ଅଚାନକ ଏକ ପୋଷ୍ଟ କରି ବିବେକ ଅନୁସାରେ ଭୋଟ ଦେବା କଥା କହିଥିଲେ । ଆଉ ୱାକଫ୍‌ ବିଲ୍‌ ସପକ୍ଷରେ ଭୋଟ୍ ଦେଇଥିଲେ। ଯାହାକୁ ବିରୋଧ କରି ଦୁଇଫାଳ ହୋଇଯାଇଛି ବିଜେଡି।

bjd