ରାଉରକେଲା: ‘ସମ୍ବାଦ’ର ୪୨ତମ ସ୍ବନକ୍ଷତ୍ର ଅବସରରେ ସେପ୍ଟେମ୍ବର ୧୪ ତାରିଖ ରବିବାର ସାରା ରାଜ୍ୟରେ ବାର୍ଷିକ ଜୋନ୍ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ସମେତ କଟକ, ଯାଜପୁର, ଅନୁଗୁଳ, ବାଲେଶ୍ବର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁର ଆଦି ୯ଟି ସହରରେ ପ୍ରତିଯୋଗିତା କେନ୍ଦ୍ର ହୋଇଛି। ଏଥିରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ରାଉରକେଲାରେ ଆୟାଜିତ ପ୍ରତିଯୋଗିତାରେ ନିମ୍ନଲିଖିତ ଛାତ୍ରଛାତ୍ରୀମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି।
ବିତର୍କ
ପ୍ରଥମ : ପ୍ରସ୍ପିତା ପ୍ରିୟଦର୍ଶୀନୀ
ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାଉରକେଲା
ଦ୍ଵିତୀୟ : ମହାପ୍ରସାଦ ମହାନ୍ତି
ଉତ୍କଳମଣି ହୋମିଓପାଥି ମେଡିକାଲ କଲେଜ, ରାଉରକେଲା
ତୃତୀୟ : ସାଇନା ମେଲି
ସରକାରୀ ଭୋକେସନାଲ ହାୟର ସେକେଣ୍ଡାରୀ ସ୍କୁଲ, କାଳିଆବିହାର, ସୁନ୍ଦରଗଡ଼
ସାରେଗାମା
ପ୍ରଥମ : ବିଦିଶା ଜେନା
ମ୍ୟୁନସିପାଲ କଲେଜ, ରାଉରକେଲା
ଦ୍ଵିତୀୟ : ବିଭାଷ ରଞ୍ଜନ ରାଉତରାୟ
ଜିଏଚକେବି କଲେଜ ଆର୍ଟ ଆଣ୍ଡ କଲଚର
ତୃତୀୟ : ବିନାୟକ କର
ମ୍ୟୁନିସପାଲ କଲେଜ, ରାଉରକେଲା
Rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/14/rkl-2025-09-14-16-40-17.jpg)