ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୨୦୨୫ର ୩୨ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଇଛି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇ ଥିବା ଏହି ମ୍ୟାଚ୍‌ ଟାଇ ହେବାରୁ ସୁପର ଓଭରରେ ବିଜେତା ଘୋଷଣା କରାଯାଇଛି। ସୁପର ଓଭରରେ ରାଜସ୍ଥାନ ରୟାଲ୍ସ ୨ଟି ୱିକେଟ୍‌ ହରାଇ ୧୧ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ଟିମ୍‌ ୪ଟି ବଲ୍‌ ଖେଳି ୧୩ ରନ୍‌ ସଂଗ୍ରହ ସହ ବିଜୟ ହାସଲ କରିଛି। ତ୍ରିଷ୍ଟାନ୍‌ ଷ୍ଟବ୍ସ ୪ର୍ଥ ବଲକୁ ଆକର୍ଷଣୀୟ ଛକା ମାରି ନିଜ ଦଳକୁ ବିଜୟ ଦେଇଛନ୍ତି। 

Advertisment

ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆୟୋଜକ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରିଥିଲା। ଅକ୍ଷର ପଟେଲଙ୍କ ନେତୃତ୍ବରେ ଦିଲ୍ଲୀ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୮୮ ରନ୍‌ ସଂଗ୍ରହ କରିଥିଲା।

 

ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆୟୋଜକ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରିଥିଲା। ଅକ୍ଷର ପଟେଲଙ୍କ ନେତୃତ୍ବରେ ଦିଲ୍ଲୀ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୮୮ ରନ୍‌ ସଂଗ୍ରହ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଟାଇ ହୋଇଥିଲା। ଶେଷ ଓଭରରେ ରାଜସ୍ଥାନକୁ ଜିତିବା ପାଇଁ ୯ ରନ୍‌ ଆବଶ୍ୟକ ଥିଲା। କିନ୍ତୁ ରାଜସ୍ଥାନର ଖେଳାଳିମାନେ କେବଳ ୮ ରନ କରିପାରିଥିଲେ। ଯାହାଦ୍ୱାରା ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା। ୧୮୯ ରନର ଟାର୍ଗେଟକୁ ପିଛା କରି ରାଜସ୍ଥାନ ୨୦ ଓଭରରେ ୪ ୱିକେଟ ହରାଇ କେବଳ ୧୮୮ ରନ କରିପାରିଥିଲା।

ଦିଲ୍ଲୀ କ୍ୟାପିଟାଲ୍ସ  ପକ୍ଷରୁ ଅଭିଷେକ ପୋରେଲ ୪୯ ରନ୍ କରିଥିବା ବେଳେ କେଏଲ ରାହୁଲ ୩୮ ରନ୍ କରିଥିଲେ। ସେହିପରି  ଅକ୍ଷର ପଟେଲ ୩୪ ରନ୍, ଟ୍ରିଷ୍ଟନ ଷ୍ଟୁବସ୍ ଅପରାଜିତ ୩୪ ରନ୍ କରିଥିବାବେଳେ ଆଶୁତୋଷ ଶର୍ମା ୧୫ ରନ୍ କରିଥିଲେ। ସେହିପରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋଫ୍ରା ଆର୍ଚର ୨ ୱିକେଟ ନେଇଥିବାବେଳେ ୱନିନ୍ଦୁ ହାସରଙ୍ଗା ଏବଂ ଏମ.ଥେକସେନା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Cricket