ନବରଙ୍ଗପୁର/ରାଇଘର: ଆଦିବାସୀ ଅଧିକାର ମଞ୍ଚ ଓ ଓଡ଼ିଶା କୃଷକ ସଭା ପକ୍ଷରୁ ରାଇଘର ତହସିଲଦାର, ବନାଂଚଳ ଅଧିକାରୀ ରେଞ୍ଜର ଓ ବିଡିଓ ୧୫ ଦଫା ଦାବୀପତ୍ର ପ୍ରଦାନ କରିଥିଲେ। ଏହା ସହ ରାଇଘର ତହସିଲଦାର ରୀତୁ ସିଂଙ୍କ ଜରିଆରେ ଜିଲ୍ଲାପାଳ ନବରଙ୍ଗପୁରଙ୍କ ନିକଟକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା।
ମୋ ଜଙ୍ଗଲ ଜମି ଯୋଜନା ଦ୍ଵାରା ସମସ୍ତ ବ୍ଲକର ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବା, ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କ ଦୀର୍ଘ ୩୦-୪୦ ବର୍ଷର ଦଖଲ ଜଙ୍ଗଲ କିସମ ଚାଷ ଜମି ମଧ୍ୟରେ ବୃକ୍ଷରୋପଣ ନାମରେ ଗାତ ଖୋଳିବା ଓ ନର୍ସରୀ କରିବା ଭଳି ବେଆଇନ୍ କାର୍ଯ୍ୟକୁ ବନ୍ଦ କରିବା, ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତ ଗ୍ରାମ ଯଥା- ନିନାସପାନି, ସଲେଭଟା, ପାଲକାଡଙ୍ଗ୍ରି, ଖାଡ଼ିପାଣି ଓ ସିନ୍ଧିବୁର୍ଲି ଗ୍ରାମର ଦୀର୍ଘ ୩୦ ବର୍ଷର ଦଖଲ ଜଙ୍ଗଲ କିସମ ଚାଷ ଜମିକୁ ଜଙ୍ଗଲ ଅଧିକାର ଆଇନକୁ ଉଲଂଘନ କରି ବନ ବିଭାଗ ଦ୍ବାରା ଜବରଦସ୍ତି ଛଡ଼ାଇ ନେଇ ତହସିଲରେ ଆବେଦନ କରିଥିବା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାରୀଙ୍କୁ ପଟ୍ଟା ପ୍ରଦାନ ବନ୍ଦକରିବା ନେଇ ଦାବି ହୋଇଛି।
ଅଣଆଦିବାସୀ ବା ପାରମ୍ପରିକ ବନବାସୀମାନଙ୍କୁ ମଧ୍ୟ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଦଖଲ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଆଯାଉ, ଚାଷ ସମୟରେ ଜମିରେ ବୃକ୍ଷ ରୋପଣ ନିମନ୍ତେ ଜମି ଛାଡ଼ ନଚେତ୍ ଟ୍ରାକ୍ଟର ସହ ଚାଷ ନ କରିବା ପାଇଁ ଧମକ ଦେବା ଓ ଚାଷ ନିମନ୍ତେ ବ୍ୟବହୃତ ଟ୍ରାକ୍ଟରକୁ ଜବତ କରିବା ଭଳି କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା, ରାଇଘର ବ୍ଲକକୁ ଯଥାଶୀଘ୍ର ଭୂ ବନ୍ଦୋବସ୍ତ କରିବା ଆଦି ରହିଛି।
ଏହି ଆନ୍ଦୋଳନରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ବ୍ଲକ କମିଟି ସଭାପତି ଲଛମନ ଗୋଣ୍ଡ, ଲାକିରାମ ଗୋଣ୍ଡ, ମହନ ଶାନ୍ତା, ଜୟରାମ ଗୋଣ୍ଡ, ରେଣ୍ଡୁ ଗୋଣ୍ଡ, ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଜିଲ୍ଲା ସଂପାଦକ ରାଜେଶ ଜାନି, ମୁଖ୍ୟବକ୍ତା ଭାବରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ମୁଖ୍ୟ ଅତିଥି ଭାବେ ମୁନ୍ନା ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷ ଗୁପ୍ତ ଝାଙ୍କର, କୃଷକ ନେତା ସନରାଜ୍ ଗୋଣ୍ଡ, ଆଇନଜିବୀ ତପନ ଦେବନାଥ, ଯତୀନ ଗୋଣ୍ଡ, ଡବଲୁ ଗୋଣ୍ଡ, ରାଇସିଂ ଗୋଣ୍ଡ, କମଲୁ ସାନ୍ତା, ଚନ୍ଦ୍ର ସାନ୍ତା, ସୁମିତ୍ ପୁଜାରୀ ଓ ସନ୍ତୋଷ ନାୟକ ପ୍ରମୁଖ ଭାଗ ନେଇଥିଲେ। ୧୫ ଦଫା ଦାବି ପୁରଣ ନ ହେଲେ ଆଗମୀ ଦିନରେ ଜୋରଦାର ଆନ୍ଦୋଳନ ଜିଲ୍ଲା ବ୍ୟାପି କରାଯିବ ବୋଲି ଚେତାବନୀ ଦିଆଯାଇଛି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/03/F2AcNyPcpGCJml2bh2c9.jpg)