ନବରଙ୍ଗପୁର: ନବରଙ୍ଗପୁର ସହର ଉପକଣ୍ଟରେ ଥିବା ହିର୍ଲି ପର୍ଯ୍ୟଟନସ୍ଥଳୀର ସାମଗ୍ରୀକ ବିକାଶ ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଆଜି ନବରଙ୍ଗପୁର ଗସ୍ତରେ ଆସିଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ସେ ହିର୍ଲି ପାହାଡକୁ ସକାଳୁ ବୁଲିବାକୁ ଯାଇଥିଲେ। ତାଙ୍କ ସହ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ବିଜେପି ଜିଲ୍ଲାସଭାପତି କୁଜଂ ବିହାରୀ ଦାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍, କାଉନସିଲର ଏ ସତୀଶ, ଅମିତ ପ୍ରଧାନ, ଶର୍ମିଷ୍ଟା ଦେଓ, ଶୁଭମ୍ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ସେ ପାହାଡ ଉପରେ ନିର୍ମାଣ କରାଯାଇଥିବା ଭି୍ୟୁ ପଏଣ୍ଟରୁ ସହରକୁ ଦେଖିବା ସହ ଅନ୍ୟପାର୍ଶ୍ବରେ ଥିବା କୁସୁମଝର ଡ୍ୟାମ୍, ଏକଲବ୍ୟବିଦ୍ୟାଳୟ, ବିଏଡ୍ କଲେଜ ସହ ମଣ୍ଡେଇପଡ଼ିଆ ଆଦି ନିରୀକ୍ଷଣ କରିଥିଲେ।
/sambad/media/media_files/2025/06/08/ngp-hirli-123074.jpg)
ହିର୍ଲି ପାହାଡର କିଛି କାଂଶୋତର ବିକାଶ ହୋଇଛି ଆଉ କିଛି କରିବାର ବାକି ରହିଛି ବୋଲି ମନ୍ତ୍ରୀ କହିବା ସହ ତୁରନ୍ତ ନୂଆ ଡିପିଆର କରିବାକୁ କହିଥିଲେ। ପାହାଡର କିଛିକାଂଶ ଜବରଦଖଲରେ ରହିଥିବାରୁ ଏହାକୁ ଉଚ୍ଛେଦ କରିବାକୁ ଜିଲ୍ଲାପ୍ରଶାସନ ଓ ନବରଙ୍ଗପୁର ତହସିଲକୁ ନିର୍ଦ୍ଦେଶ ଦେଇଥିଲେ।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/08/ngp-hirli1-257523.jpg)