ଭୁବନେଶ୍ବର: ଆଜି ଶ୍ରାବଣ ତୃତୀୟ ସୋମବାର। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପାଖରେ ଜଳଲାଗି କରିବାକୁ ଏକାମ୍ର କ୍ଷେତ୍ରରେ ଲାଗିଛି କାଉଡ଼ିଆଙ୍କ ଭିଡ଼। ଶ୍ରାବଣର ତୃତୀୟ ସୋମବାରରେ ମହାପ୍ରଭୁ  ଶ୍ରୀ ଲିଙ୍ଗରାଜଙ୍କ ମସ୍ତକରେ ଜଳଲାଗି  କରୁଛନ୍ତି କାଉଡ଼ିଆ। ବିଳମ୍ବିତ ରାତିରୁ ହଜାର ହଜାର ବୋଲବମ ଭକ୍ତଙ୍କ ସମାଗମ ହୋଇଥିଲା। ଲମ୍ବାଲାଇନ ଲଗାଇ ମହାପ୍ରଭୁ  ଲିଙ୍ଗରାଜଙ୍କ ପାଖରେ ଜଳଲାଗି କରିବାକୁ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଜଳଲାଗି ଓ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ କମିସନରେଟ ପୁଲିସ ପକ୍ଷରୁ  ସମସ୍ତ ବ୍ୟବସ୍ଥା କରାଯାଇଛି। 

Advertisment

ଶ୍ରାବଣର ତୃତୀୟ ସୋମବାରରେ ମହାପ୍ରଭୁ  ଶ୍ରୀ ଲିଙ୍ଗରାଜଙ୍କ ମସ୍ତକରେ ଜଳଲାଗି  କରୁଛନ୍ତି କାଉଡ଼ିଆ। ବିଳମ୍ବିତ ରାତିରୁ ହଜାର ହଜାର ବୋଲବମ ଭକ୍ତଙ୍କ ସମାଗମ ହୋଇଥିଲା। ଲମ୍ବାଲାଇନ ଲଗାଇ ମହାପ୍ରଭୁ  ଲିଙ୍ଗରାଜଙ୍କ ପାଖରେ ଜଳଲାଗି କରିବାକୁ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଜଳଲାଗି ଓ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ କମିସନରେଟ ପୁଲିସ ପକ୍ଷରୁ  ସମସ୍ତ ବ୍ୟବସ୍ଥା କରାଯାଇଛି। ଭୋର ୩ ଟାରେ ଲିଙ୍ଗରାଜଙ୍କର ଦ୍ୱାରଫିଟା ନୀତି ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା। ଭୋର ସାଢ଼େ ତିନିଟାରୁ ଆରମ୍ଭ ହୋଇଛି କାଉଡ଼ିଆଙ୍କ ଜଳଲାଗି। ଦିନ ବାରଟା ପର୍ଯ୍ୟନ୍ତ ରହିଛି ସମୟ । ବାରଟା ପରେ ପ୍ରଭୁ ଲିଙ୍ଗରାଜଙ୍କର ମହାସ୍ନାନ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବ। 

ଭୋର ୩ ଟାରେ ଲିଙ୍ଗରାଜଙ୍କର ଦ୍ୱାରଫିଟା ନୀତି ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା। ଭୋର ସାଢ଼େ ତିନିଟାରୁ ଆରମ୍ଭ ହୋଇଛି କାଉଡ଼ିଆଙ୍କ ଜଳଲାଗି। ଦିନ ବାରଟା ପର୍ଯ୍ୟନ୍ତ ରହିଛି ସମୟ । ବାରଟା ପରେ ପ୍ରଭୁ ଲିଙ୍ଗରାଜଙ୍କର ମହାସ୍ନାନ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବ।