ବୀରମହାରାଜପୁର: ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଆଜି ମଧ୍ୟାହ୍ଣରେ ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ଅଧୀନ କେଶଲଗାସ୍ଥିତ ବାବା ଧବଳେଶ୍ବରଙ୍କୁ ପଇଡ଼ ଜଳାଭିଷେକ ଲାଗି କରାଯାଇଛି। ଗାଁର ଶେଷମୁଣ୍ଡରେ ଥିବା ଯୋଗୀମୁଣ୍ଡା ପାହାଡ଼ ଉପରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶରେ ହଜାର ହଜାର ପଇଡ଼ରୁ ସଂଗୃହୀତ ପାଣି ଅଭିଷେକ କରାଯାଇଛି। ଏହି ମହୋତ୍ସବରେ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥିଲା। ସକାଳ ଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭକ୍ତମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ବିଗତ କିଛି ବର୍ଷ ହେଲା ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ନିଆରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରଖାଯାଉଛି। ଏହି ପରିପ୍ରେକ୍ଷୀରେ ଚଳିତ ଥର ମହାଦେବଙ୍କୁ ପଇଡ଼ ଜଳାଭିଷେକ କରାଯାଇଥିଲା। ଗତବର୍ଷ ଆଜିର ଦିନରେ ଏଠାରେ ପବିତ୍ର ଗଙ୍ଗାଜଳ ଅଭିଷେକ କରାଯାଇଥିବା ବେଳେ ୨୦୨୩ ଶ୍ରାବଣ ମାସରେ ଶେଷ ସୋମବାର ମହାପ୍ରଭୁଙ୍କୁ କ୍ଷୀରରେ ଅଭିଷେକ କରାଯାଇଥିଲା। ସେହିପରି ଆସନ୍ତା ବର୍ଷ ଶ୍ରାବଣର ଶେଷ ସୋମବାରରେ ମହାଦେବଙ୍କ ଅନ୍ୟ ପ୍ରିୟ ଜିନିଷ ‘ମହୁ’ରେ ଅଭିଷେକ କରାଯିବାର ଯୋଜନା ଥିବା ବାବା ଧବଳେଶ୍ବର ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।
- ବାବା ଧବଳେଶ୍ଵରଙ୍କ ପଇଡ ଜଳାଭିଷେକ
— Sambad (ସମ୍ବାଦ) (@sambad_odisha) August 4, 2025
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କେଶଲଗାରେ ରହିଛି ଧବଳେଶ୍ଵର ମନ୍ଦିର
- ଯୋଗୀମୁଣ୍ଡା ପାହାଡ଼ ଉପରେ ଆଧ୍ୟାତ୍ମିକ ପରିବେଶ
- ପଇଡ ଜଳାଭିଷେକ କଲେ ହଜାର ହଜାର ଶ୍ରଦ୍ଧାଳୁ
- ଶ୍ରାବଣର ଶେଷ ସୋମବାରରେ ଭବ୍ୟ ଆୟୋଜନ
- ଶିବମନ୍ତ୍ର, ହରହର ମହାଦେବ ଡାକରେ କମ୍ପୁଛି ଶୈବପୀଠ#Sambad… pic.twitter.com/gzfFGl8xRH
ବାବା ଧବଳେଶ୍ବର ମନ୍ଦିରର ପୂଜକ ଶଶିଭୂଷଣ ଥନାପତି କହିଛନ୍ତି, ଗତ ୪ ବର୍ଷ ହେଲା ଶ୍ରାବଣ ମାସର ଶେଷ ସୋମବାରରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସ୍ଥାନୀୟ ଅଞ୍ଚଳର ସହଯୋଗ କ୍ରମେ ଧବଳେଶ୍ବର ମନ୍ଦିର କମିଟି ତରଫରୁ ଚଳିତ ଥର ପଇଡ଼ ଜଳାଭିଷେକ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗତବର୍ଷ ମହାଦେବଙ୍କୁ ଗଙ୍ଗାଜଳ ଓ ୨୦୨୩ରେ କ୍ଷୀରରେ ଅଭିଷେକ କରାଯାଇଥିଲା। ବାବା ଧବଳେଶ୍ବରଙ୍କୁ ଆସନ୍ତାବର୍ଷ ଶ୍ରାବଣର ଶେଷ ସୋମବାରରେ ମହୁରେ ଅଭିଷେକ କରିବା ପାଇଁ ଯୋଜନା ହୋଇଛି।
ଶ୍ରୀ ଥନାପତି କହିଛନ୍ତି, ବର୍ଷର ବିଭିନ୍ନ ସମୟରେ ବାବା ଧବଳଶ୍ବେରଙ୍କ ପୀଠରେ ଅନେକଗୁଡ଼ିଏ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରାଯାଉଛି। ଏଥିରେ ପ୍ରତିମାସର ସଂକ୍ରାନ୍ତି ଓ ଶିବରାତ୍ରୀ ମଧ୍ୟ ସାମିଲ ରହିଛି। ସଂକ୍ରାନ୍ତି ଦିନରେ ୨୫୦ରୁ ୪୦୦ ଲୋକଙ୍କର ସମାଗମ ହୋଇଥାଏ। ସେହିପରି ଜାଗରରେ ପ୍ରାୟ ୧୦ ହଜାର ଭକ୍ତ ଏଠାରେ ଏକତ୍ରିତ ହୋଇଥାନ୍ତି। ପ୍ରତି ମଙ୍ଗଳବାର ଦିନ ଏଠାରେ ଦେବୀଙ୍କ ସ୍ବତନ୍ତ୍ର ପୂଜାର ଆୟୋଜନ ହେଉଥିବାରୁ ବହୁ ଦୂରରୁ ଭକ୍ତ ନିଜର ମାନସିକ ପୂଜା ପାଇଁ ଆସିଥାନ୍ତି।
#Subarnapur#Dhabaleswar#SawanMonth#Odishapic.twitter.com/YyroU4Y5xe
— Sambad (ସମ୍ବାଦ) (@sambad_odisha) August 4, 2025
ଆଧ୍ୟାତ୍ମିକ ସ୍ଥାନ ହେଉଛି ସମାଜର ଅନ୍ୟତମ ଅଂଶବିଶେଷ। ଯୋଗୀମୁଣ୍ଡା ପାହାଡ଼ରେ ଅବସ୍ଥିତ ଧବଳେଶ୍ବର ମନ୍ଦିର ସହିତ ଏହି ଅଞ୍ଚଳର ଲୋକଙ୍କର ଆଧ୍ୟାତ୍ମିକ ଭାବନା ଯୋଡ଼ି ହୋଇଛି। ଏହି କାରଣରୁ ଏହି ମନ୍ଦିରକୁ ପ୍ରତିଦିନ ଭକ୍ତମାନଙ୍କର ଆଗମନ ହେଉଛି। ବର୍ଷର ବିଭିନ୍ନ ସମୟରେ ସ୍ବତନ୍ତ୍ର ଯାନିଯାତ୍ରାର ଆୟୋଜନ ହେଉଛି, ଯେଉଁଥିରେ ହଜାରହଜାର ଭକ୍ତଙ୍କର ସମାଗମ ହେଉଛି। ତେବେ ଏହି ସ୍ଥାନଟି ଅବହେଳିତ ଅବସ୍ଥାରେ ରହିଛି। ବହୁ ପୁରାତନ ମନ୍ଦିରକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ପାଣିର ସୁବ୍ୟବସ୍ଥା କରାଯାଇ ପାରି ନାହିଁ। ପ୍ରଶାସନ ଓ ରାଜନେତାଙ୍କର ଶୁଭଦୃଷ୍ଟି ପଡିଲେ ଏଠାକାର ଭିତ୍ତିଭୂମି ଅଧିକ ବିକଶିତ ହୋଇ ପାରନ୍ତା ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/04/new-project-23-2025-08-04-19-51-07.jpg)