ରାୟଗଡ଼ା: କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜାରିଂ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣାରେ ଶନିବାର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତପ ବିଭାଗ ଚିଠି ଜାରି କରି ରାୟଗଡ଼ା ବନ ତତ୍ତ୍ବବିତ ଡିଭିଜନ ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କୁ ନିଲମ୍ବିତ କରିଛି । ନିଲମ୍ବନ ପରେ ଡି.ଏଫ.ଓଙ୍କୁ ଭୁବନେଶ୍ବରସ୍ଥିତ ପି.ସି.ସି.ଏଫ କାର୍ଯ୍ୟାଳୟରେ ରହିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ ବିନା ସୂଚନାରେ କାର୍ଯ୍ୟାଳୟ ନ ଛାଡିବାକୁ ମଧ୍ୟ କୁହାଯାଇଛି।
ଏହି ବହୁ ଚର୍ଚ୍ଚିତ ଘଟଣାରେ ରାଜ୍ୟ ସରକାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ। ଗତ ମାସ ୨୮ ତାରିଖ ଦିନ ରାୟଗଡ଼ାସ୍ଥିତ ବନ ତତ୍ତ୍ବବିତ ବନଖଣ୍ଡ କାର୍ଯ୍ୟାଳୟରେ କଟକ ମୁଖ୍ୟ କାର୍ଯ୍ୟାଳୟରୁ ସିସିଏଫଓ ବିକାଶ ରଞ୍ଜନ ଦାଶ ରାୟଗଡାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଡିଏଫଓ ଦେବେନ୍ଦ୍ର ବେହେରା ସଞ୍ଜୟ ନାୟକଙ୍କୁ ଭବାନୀପାଟଣା ଜାରିଂ ନର୍ସରୀରେ ଚାରା ପ୍ରସ୍ତୁତି କରଣ, ମଞ୍ଜି କିଣା କିଣି ବାବଦକୁ ୭ ଲକ୍ଷ ଲକ୍ଷ ଟଙ୍କା ପିସି ମାଗୁଥିଲେ ଏବଂ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ମୃତ ସଞ୍ଜୟ ସୁଇସାଇଡ ନୋଟରେ ଲେଖିଥିବା ପରିବାର ବର୍ଗ ଅଭିଯୋଗ କରିଥିଲେ। ସେଥିପାଇଁ ସଞ୍ଜୟ ଆତ୍ମହତ୍ୟା କରିଥିବା କୁହାଯାଉଛି।
ଡିଏଫଓ ଦେବେନ୍ଦ୍ର ବେହେରା ୨୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ। ତାଙ୍କର ଛୁଟି ସରିଯାଇଥିଲେ ମଧ୍ୟ ସେ ନିଜ କାର୍ଯ୍ୟରେ ଯୋଗ ନଦେଇ ମୋବାଇଲକୁ ସୁଇଚ୍ ଅଫ୍ କରି ରଖିଥିବା ତଦନ୍ତ ଅଧିକାରୀ ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ ସଞ୍ଜୟ ନାୟକଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ସଂଜୟଙ୍କ ପତ୍ନୀ ପୁରୀ ଶ୍ୱେତ ଗଙ୍ଗା ପୁଷ୍କରିଣୀରେ ସଂଜୟଙ୍କ ଅନ୍ତେଷ୍ଟି କ୍ରିୟା ପରବର୍ତି ପୂଜା ସମୟରେ ବନ୍ଧରେ ବୁଡିଯାଉଥିଲେ ଏବଂ ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କର ନଣନ୍ଦ ମଧ୍ୟ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ। ସଞ୍ଜୟଙ୍କ ମୃତ୍ୟୁର ତଦନ୍ତ କରିବା ସହ ଦୋଷୀକୁ ଉଚିତ ଦଣ୍ଡ ଦେବାକୁ ପରିବାରବର୍ଗ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/post_attachments/wp-content/uploads/2022/11/Suspended.jpg)