ଭୁବନେଶ୍ବର: ‘ଓଡ଼ିଆ ଅସ୍ମିତା’ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏକ ସାଂସ୍କୃତିକ, ଅର୍ଥନୈତିକ ଆକାଂକ୍ଷା, ଗୋଟିଏ ସଭ୍ୟତାକୁ ପ୍ରତିଫଳିତ ଓ ପ୍ରବାହିତ କରିବା ତଥା ଭଭିଷ୍ୟତକୁ ସୁରକ୍ଷିତ କରିବାର ଏକ ଅବଧାରଣା। ଭୁବନେଶ୍ୱର ଠାରେ ଖ୍ୟାତନାମା ଲେଖକ ଡଃ ନେତାଜୀ ଅଭିନନ୍ଦନ ଓ ପ୍ରୀତ୍ ବୁବନାଙ୍କ ଦ୍ୱାରା ରଚିତ ‘Voices and Votes: Odisha's Electoral Renaissance of 2024’ ପୁସ୍ତକ ଉନ୍ମୋଚନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। 

Advertisment

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗଣତନ୍ତ୍ରରେ ସମସ୍ତଙ୍କର ନିଜର ନିଜର ଦୃଷ୍ଟିକୋଣ ଓ ଆଭିମୁଖ୍ୟ ଅଛି। ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ତେବେ ବିଜେପି ଆକ୍ସିଡେଣ୍ଟାଲ୍ ଭାବେ ନୁହେଁ ବରଂ ନିରନ୍ତର ପ୍ରଚେଷ୍ଟା ପରେ ହିଁ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଥିବାରୁ ରାଜ୍ୟରେ ସରକାର ହୋଇଛି। ଆମେ ଯେତେବେଳେ ନ୍ୟୁ ଏଜ୍ ଇକୋନୋମୀ ଏବଂ ବୈଶ୍ୱିକ ସ୍ଥିତି କଥା କହୁଛୁ, ସେ ସମୟରେ ସେମିକଣ୍ଡକ୍ଟର ବିଶ୍ୱରେ ଏକ ବଡ଼ ପ୍ରସଙ୍ଗ ହୋଇଛି। ଖୁସିର ବିଷୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ରାଜ୍ୟରେ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନିର୍ମାଣକୁ ମଧ୍ୟ ମଞ୍ଜୁର ମିଳିଛି। ଏହା ହିଁ ଲୋକ ଆକାଂକ୍ଷା ଓ ଅପେକ୍ଷା, ଯାହାକୁ ଡବଲ ଇଞ୍ଜିନ ସରକାର ସାକାର କରୁଛନ୍ତି।

ଇତିହାସ ଓ ବର୍ତ୍ତମାନକୁ ପୁସ୍ତକର ରୂପ ଦେଲେ ଭବିଷ୍ୟତକୁ ଯିବା ସହଜ ହୁଏ। ଗତ କିଛି ଦିନ ପୂର୍ବରୁ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ ‘ନିର୍ବାଚନ-୨୦୨୪-ଓଡ଼ିଶା ରାଜନୀତିର କଡ଼ ଲେଉଟାଣି’ ପୁସ୍ତକକୁ ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଥିବା ବେଳେ ଆଜି ଏପରି ପୁସ୍ତକ ଉନ୍ମୋଚନ ସ୍ୱାଗତଯୋଗ୍ୟ। ଏହି ପୁସ୍ତକଟି ସବୁ ବର୍ଗଙ୍କ ପାଖରେ ଆଦୃତ ହେଉ, ଏହା କାମନା।

-ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ

ଶ୍ରୀ ପ୍ରଧାନ କହିଛନ୍ତି, ଭାରତୀୟ ଜନସଙ୍ଘ କିମ୍ବା ବିଜେପି କେବଳ ଏକ ସଂଗଠନ ନୁହେଁ ବରଂ ଏକ ବିଚାର। ବିଜେପି ଏକ ଆକ୍ସିଡେଣ୍ଟାଲ୍ ପାର୍ଟି ଭାବରେ ନୁହେଁ, ବରଂ ଅନେକ କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ଓ ସମର୍ପଣ ବଳରେ ଏହା ବିଶ୍ୱର ସର୍ବବୃହତ ଦଳ ଭାବରେ ଅଭ୍ୟୁଦୋୟ ହୋଇଛି ଏବଂ ଜନଆଶୀର୍ବାଦରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକକ ସରକାର ଗଠନ କରିଛି। ଏହି ପରିପ୍ରେକ୍ଷୀରେ ସାଂପ୍ରତିକ ଓଡ଼ିଶା ରାଜନୀତିର ଏହି ବିଶ୍ଳେଷଣାତ୍ମକ ପୁସ୍ତକର ଶୁଭ ଉନ୍ମୋଚନ ଅବସରରେ ମୁଁ ଏହାର ଲେଖକ ତଥା ପ୍ରକାଶକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

politics | Dharmendra Pradhan