ଢେଙ୍କାନାଳ: ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ଦାମୀ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ ମାମଲାରେ ଭିଜିଲାନ୍ସ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମାମଲାରେ ଭିଜିଲାନ୍ସ ବିଭାଗ ଶ୍ରୀମତୀ ନାୟକଙ୍କୁ ଗିରଫ କରିଛି। ଏଥି ସହିତ ଭିଜିଲାନ୍ସ ଟିମ୍ ଶ୍ରୀମତୀ ନାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତାଙ୍କର ନାମରେ ଥିବା ସଂପତ୍ତିର ବିବରଣୀ ପ୍ରଦାନ କରିଛି।
ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶ୍ରୀମତୀ ନାୟକଙ୍କ ୫ଟି ଠିକଣାରେ ତଦନ୍ତ ବେଳେ ସ୍ଥାବର ଓ ଅସ୍ଥାବର ସଂପତ୍ତି ଥିବା ଜଣାପଡ଼ିଛି।
- ଶ୍ରୀମତୀ ନାୟକଙ୍କ କଟକ ଜିଲ୍ଲା ଜଗତପୁରରେ ୪୬୫୫ ବର୍ଗଫୁଟର ତିନିମହଲା କୋଠା ରହିଛି। ପୁରୀ ସହରର କୁମ୍ଭାରପଡ଼ାରେ ୧୪୦୦ ବର୍ଗଫୁଟର ଦୁଇମହଲା ବିଶିଷ୍ଟ କୋଠା ତାଙ୍କର ନାମରେ ମୋଟ ୮ଟି ପ୍ଲଟ ରହିଛି। ଏଥିରୁ କଟକରେ ୪ଟି, ପୁରୀରେ ୨ଟି ଓ ଜଗତସିଂହପୁରରେ ୨ଟି ସାମିଲ।
- ତାଙ୍କ ନାମରେ ୨ଟି ଚାରିଚକିଆ ବାହନ (ସୁଇଫ୍ଟ ଡିଜାୟର ଓ ସାଣ୍ଟ୍ରୋ ଜିଏଲ୍ଏସ୍ ହୁଣ୍ଡାଇ) ରହିଛି। ସେହିପରି ୨୦ ଲକ୍ଷ ଟଙ୍କାର ଡିପୋଜିଟ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ମଙ୍ଗଳବାର ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଲକ୍ଷାଧିକ ଟଙ୍କା ନେଇ କୁଆଡ଼େ ଯାଉଥିବା ନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଭିଜିଲାନ୍ସ ଟିମ୍ ଏକ ବଡ଼ଧରଣର ଚଢ଼ଉ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ। ଏଥି ପାଇଁ ଟିମ୍ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଆଗରେ ଜଗିଥିଲେ। ଏହି ସମୟରେ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ଗାଡ଼ି ପହଞ୍ଚି ଥିଲା। ପୂର୍ବରୁ ସନ୍ଦେହ କରୁଥିବା ଭିଜିଲାନ୍ସ ଟିମ୍ ଶ୍ରୀମତୀ ନାୟକଙ୍କ ଗାଡ଼ିକୁ ଅଟକାଇଥିଲେ।
ଭିଜିଲାନ୍ସ ଟିମ୍ ଗାଡ଼ି ଅଟକାଇବା ପରେ ଶ୍ରୀମତୀ ନାୟକ ଅସ୍ଥିର ଦେଖାଯାଇଥିଲେ। ଗାଡ଼ି ଯାଞ୍ଚ ବେଳେ ଏଥିରେ ବିପୁଳ ପରିମାଣର ଟଙ୍କା ଥିଲା। ଭିଜିଲାନ୍ସ ଟିମ୍ ଏହାକୁ ଜବତ କରିଥିଲେ। ଶ୍ରୀମତୀ ନାୟକଙ୍କୁ ଭିଜିଲାନ୍ସର ଅଧିକାରୀମାନେ ଯେତେବେଳେ ଏତେ ଟଙ୍କା କେଉଁଠୁ ଆସିଲା ଏବଂ କେଉଁଠିକୁ ନିଆଯାଉଥିଲା ବୋଲି ପଚାରି ଥିଲେ, ସେମାନେ ସନ୍ତୋଷଜନକ ଉତ୍ତର ପାଇପାରି ନଥିଲେ।
ସୂଚନାଯୋଗ୍ୟ, ଅବକାରୀ ଅଧୀନାୟକ କ୍ରିଷ୍ଣା ନାୟକ କିଛି ମାସ ପୂର୍ବରୁ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଏଠାକୁ ବଦଳି ହୋଇ ଆସିଥିଲେ। ତାଙ୍କର କାର୍ଯ୍ୟଶୈଳୀ କେତେ ଭଲ ବା ଖରାପ ସମୟ କହିବ। କିନ୍ତୁ ଆଜିର ଏହି ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ପ୍ରତି ଜନତାଙ୍କ ଚିନ୍ତାଧାରା ନିଶ୍ଚିତ ରୂପେ ଭିନ୍ନ ପରିଲକ୍ଷିତ ହେଉଛି।
Odisha Vigilance | Dhenkanal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/30/O6hgU8p8w9YudwKoSNTs.jpg)