ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ବ୍ଲକ୍ର ସର୍ବ ପୁରାତନ ହଳଦା ସ୍ପୋର୍ଟସ କମିଟି ପକ୍ଷରୁ ସଧାରଣତନ୍ତ୍ର ଦିବସ ଅବସରରେ ୭୫ତମ କ୍ରୀଡ଼ା ଓ ଲୋକନୃତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ହଳଦା ସରପଂଚ ପ୍ରଭାସ ରଂଜନ ହାଁସଦା, ରାଇରଙ୍ଗପୁର ବ୍ଲକ୍ ଉପାଧ୍ୟକ୍ଷ। ମିନତୀ ମହାନ୍ତ ପ୍ରମୁଖ ଯୋଗଦେଇ ବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ।
/sambad/media/media_files/2025/01/28/img-20250128-wa0013.jpg)
ଡ଼ାଇମଣ୍ଡ ଜୁବୁଲି ଅବସରରେ ପ୍ରତ୍ୟକ କ୍ରୀଡ଼ାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ କ୍ରୀଡା ଭିତରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ଶ୍ରୀମତୀ କମ୍ ନୁହଁନ୍ତି ଓ ମହିଳା ମାନଙ୍କ ପାଣି କଳସ ଦୌଡ। ପ୍ରତିଯୋଗିତା ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯରେ ପାରମ୍ପରିକ ଆଦିବାସୀ ଡାଣ୍ଟା ନୃତ୍ଯରେ ଦେଓକୁଣ୍ଡି, ହୋ ନୃତ୍ୟରେ ପ୍ରଥମ କୁଚେଇପାଳ ତଳସାହି, ଦ୍ଵିତୀୟ କୁଚେଇପାଳ ବାକ୍ରାସାହି, ତୃତୀୟ ରଙ୍ଗାମାଟିଆ, ଚତୁର୍ଥ ଜୟନ୍ତପୁର ଓ ପଞ୍ଚମ ଶାଗଯୋଡ଼ି ଓ ରାଧାନଗରକୁ ଦିଆଯାଇଥିଲା।
ବୁଢ଼ିଗାଳୀ ନୃତ୍ଯରେ ପ୍ରଥମ ବଳଭଦ୍ରପୁର, ଦ୍ଵିତୀୟ ବିଏମସି ଟିକରପଡ଼ା, ତୃତୀୟ ବରାଜିଆଣି, ଚତୁର୍ଥ ମୂଷାବଣୀ, ପଞ୍ଚମ କଣ୍ଟାବଣୀ ଓ ବେଲପାହାଡି ଦଳକୁ ଆର୍ଥିକ ରାଶି ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ସମସ୍ତ ନାଚ ଦଳକୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।
/sambad/media/media_files/2025/01/28/img-20250128-wa0010.jpg)
ତେବେ ଏହି କ୍ରୀଡ଼ା ମହୋତ୍ସବ ଗ୍ରାମାଞ୍ଚଳ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲେ ବି ଦର୍ଶକମାନଙ୍କୁ ବେସ୍ ଆକୃଷ୍ଟ କରି ପାରିଥିଲା। ଏହି କ୍ରୀଡ଼ା ଓ ଲୋକନୃତ୍ୟକୁ ଉପଭୋଗ କରିବା ପାଇଁ ଅଞ୍ଚଳର ହଜାର ହଜାର ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଉକ୍ତ ପ୍ରତିଯୋଗିତାକୁ କମିଟିର ସଭାପତି ତାରାକାନ୍ତ ଗୋପାଳ, ଉପସଭାପତି ସ୍ଵରୂପ ଚନ୍ଦ୍ର ମହାନ୍ତ, ସମ୍ପାଦକ ଚକ୍ରଧର ମହାନ୍ତ, ସହ ସମ୍ପାଦକ ଅମିତ୍ ଗୋପାଳ, କୋଷାଧ୍ୟକ୍ଷ ବିରେନ୍ଦ୍ର ଗୋପାଳ ଓ ଶୋଭାକର କରୂଆ ପ୍ରମୁଖ ପରିଚାଳନା କରିଥିବା ବେଳେ ସଦସ୍ୟ ପ୍ରଫୁଲ୍ଲ ମହାନ୍ତ, ଜଗନ୍ନାଥ ଗୋପାଳ, ସମରା ମାରାଣ୍ଡି, ଲାଲ ମୋହନ ହାଁସଦା, ମଙ୍ଗଳା ମୁର୍ମୁ, ମାଇନୀ ହାଁସଦା, ସୁନାରାମ ବେଶ୍ର।, ଈଶ୍ୱର ପାତ୍ର, ସନାତନ ପାତ୍ର, ବିକର୍ତନ କୈବର୍ତ୍ତ, ଜହର ଲାଲ ବିନ୍ଧାଣି, ରବୀନ୍ଦ୍ର ମୁଖୀ, ସୁଗ୍ରୀବ ପାତ୍ର, ଅଙ୍ଗଦ ମୁଖିଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହୋଯଗ କରିଥିଲେ। ଶେଷରେ ସ୍ଵାଧୀନତା ସଂଗ୍ରାମୀଙ୍କ ପୁତ୍ର ଦେବେନ୍ଦ୍ର ନାଥ ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/28/img-20250128-wa0011.jpg)