ଭଦ୍ରକ: ଶୌଚ ହେବାକୁ ଯାଇ ଲଗାଣ ବର୍ଷାରେ ଉଛୁଳା ପୋଖରୀରେ ବୁଡ଼ିଗଲା ଜଣେ ଦିବ୍ୟାଙ୍ଗ ଯୁବକଙ୍କର ଜୀବନ। ଏଭଳି ଘଟଣା ଘଟିଛି ଧୂଷୁରୀ ନଦୀଗାଁ ତିନିଘରିଆ ଗ୍ରାମରେ। ମୃତ ବ୍ୟକ୍ତି ହେଲେ ଜିତୁ ବସନ୍ତିଆ (୧୯)।
ଗ୍ରାମର ଉମାକାନ୍ତ ବସନ୍ତିଆଙ୍କ ପୁଅ ଜିତୁ ବସନ୍ତିଆ ଆଜି ଶୌଚ ହେବାକୁ ନିଜ ଘର ନିକଟସ୍ଥ ପୋଖରୀକୁ ଯିବା ସମୟରେ ଗୋଡ଼ ଖସି ଯାଇଥିଲା। ନଦୀ ପାର୍ଶ୍ୱ ଓ ଲଗାଣ ବର୍ଷାରେ ପୋଖରୀ ଉବୁଟୁବୁ ହେଉଥିବା ବେଳେ ପୋଖରୀରୁ ବାହାରିବା ସମ୍ଭବ ନଥିଲା। ଅନ୍ୟପଟେ ଜିତୁ ଜଣେ ମୁକ ହୋଇଥିବାରୁ ପାଟି କରି କାହାକୁ ଡାକି ପାରିନଥିଲେ। ପରେ ଜିତୁ ପାଣିରେ ଭାସୁଥିବା ଦେଖି ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଭଦ୍ରକ ମେଡିକାଲ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।
Bhadrak
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/02/01bignews-english-2025-07-02-20-38-03.jpg)