ଭଦ୍ରକ/ଧାମନଗର: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ପରେ ଧାମନଗରକୁ ବ୍ୟାପିଲା ଝାଡ଼ାବାନ୍ତି। ଭଣ୍ଡାରିପୋଖରୀ ପରେ ଏବେ ଧାମନଗରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୁଇ ଦିନରେ ୬୦ ଜଣ ଆକ୍ରାନ୍ତ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଶନିବାର ଦିନ ୪୬ ଜଣ ଆକ୍ରାନ୍ତ ଚିକିତ୍ସିତ ହୋଇଥିବାବେଳେ ରବିବାର ଦିନ ଅପରାହଣ ୩ଟା ସୁଦ୍ଧା ୧୪ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଆସିଛନ୍ତି। ସେମାନଙ୍କୁ ସାଲାଇନ ଓ ଔଷଧ ଦିଆଯାଇ ଛଡ଼ାଯାଇଛି। ଏହାସହ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଭଦ୍ରକ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଏହାସହ ପରିସ୍ଥିତିର ମୁକାବିଲା ଲାଗି ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି ବୋଲି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଅଧୀକ୍ଷକ ମନ୍ମୟ କୁମାର ସାମନ୍ତସିଂହାର କହିଛନ୍ତି।
ଗତ ସପ୍ତାହେ ହେଲା ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ଏବେ ବି ସ୍ଥିତିରେ ସୁଧାର ଆସିନି। ଅପରପକ୍ଷରେ ଯାଜପୁରକୁ ଲାଗିଥିବା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ତିଖିଲିଆ, ଦାଣ୍ଡକୂଳ ଓ ବିରୋଳିରେ ଆକ୍ରାନ୍ତଙ୍କ ସଂଖ୍ଯା ବଢ଼ିଥିଲା। ତିଖିଲିଆ ଅଞ୍ଚଳରୁ ୧୫ରୁ ଅଧିକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ଦେଖି ଭଦ୍ରକ ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ଧାମନଗର ବ୍ଲକ ପ୍ରଶାସନ ପ୍ରସ୍ତୁତ ରହିଥିଲା।
ବକରିଦ୍ ଓ ରଜ ଭଳି ଉତ୍ସବରେ ଘରେ ପିଠାପଣା ଖାଦ୍ୟ ସାଂଗକୁ ବର୍ଷା ସମୟରେ ପିଇବା ପାଣି ଦୂଷିତ ହେବା କାରଣରୁ ଧାମନଗର ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ଯା ବଢୁଥିବା ଜଣେ ଆକ୍ରାନ୍ତ କହିଛନ୍ତି। ରାଧାବଲ୍ଲଭପୁରର ଗୋଟିଏ ପରିବାରର ୫ ଜଣ ଲୋକ କାଲିଠାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ କହିବା ଅନୁସାରେ ପହିଲି ରଜରେ ପୋଡ଼ପିଠା, ଆମ୍ବ ଓ ପଣସ ଖାଇଥିଲେ। ତା ସାଂଗକୁ ଗାଁ ନଳକୂଅରୁ ପାଣି ପିଇଥିଲେ। ଏହାପରେ କାଲି ସକାଳୁ ଘରର ୩ ପିଲାଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଅପରାହଣକୁ ବାପା ମାଆଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇ ଯାଇଥିଲା। ସମସ୍ତଙ୍କୁ ପଡ଼ିଶା ଘର ଲୋକେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସାଲାଇନ ଓ ଇଂଜେକସନ ନେବା ପରେ ସୁସ୍ଥ ହେବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି।
ଗତ ସପ୍ତାହେ ହେଲା ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ଏବେ ବି ସ୍ଥିତିରେ ସୁଧାର ଆସିନି। ଅପରପକ୍ଷରେ ଯାଜପୁରକୁ ଲାଗିଥିବା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ତିଖିଲିଆ, ଦାଣ୍ଡକୂଳ ଓ ବିରୋଳିରେ ଆକ୍ରାନ୍ତଙ୍କ ସଂଖ୍ଯା ବଢ଼ିଥିଲା। ତିଖିଲିଆ ଅଞ୍ଚଳରୁ ୧୫ରୁ ଅଧିକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ଦେଖି ଭଦ୍ରକ ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ଧାମନଗର ବ୍ଲକ ପ୍ରଶାସନ ପ୍ରସ୍ତୁତ ରହିଥିଲା।
ଆଜି ସକାଳୁ ଧାମନଗର ସହର ଓ ଏହାର ଆଖପାଖ ଅଞ୍ଚଳରୁ ୧୪ ଜଣ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ। ସେମାନଙ୍କ ଭିତରୁ ୧୦ ଜଣ ସାଲାଇନ୍ ଓ ଇଂଜେକସନ ନେଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ସେମାନଙ୍କୁ ଚିକିତ୍ସା କରାଯାଉଛି ବୋଲି ଦାୟିତ୍ବରେ ଥିବା ଡାକ୍ତର କହିଛନ୍ତି। ଏହାସହ ପ୍ରତି ମୁହୂର୍ତ୍ତରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଉଛି। ଏହାସହ ଡାକ୍ତରଖାନାରେ ଆବଶ୍ୟକ ପରିମାଣର ସାଲାଇନ ଓ ଇଂଜେକସନ ମହଜୁଦ୍ ରଖାଯାଇଛି। ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ଯ ସଜାଗ ରଖାଯାଇଛି ବୋଲି ଅଧୀକ୍ଷକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/06/16/0nU3yVE9LT1e4q2s7gYp.jpg)