ମାଲକାନଗିରି: ଜିଲ୍ଲାର ବିଭିନ୍ନ ବହୁମୁଖି ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସଚେତନତା ଓ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବାଦିଲି, ଗିରକାନପଲ୍ଲି, ମୋଟୁ ଓ ଧୁଙ୍ଗିଆପୁଟ ଭଳି ଚାରି ଗୋଟି ବହୁମୁଖି ବନ୍ୟା ଆଶ୍ରୟ ସ୍ଥଳୀ ରହିଛି। ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ,ଓସଡମା ରାଜ୍ୟ ଓବଜରଭର ଅରୁଣ କୁମାର ପ୍ରଧାନ ଓ ଜରୁୀକାଳୀନ ଅଧିକାରୀ ପ୍ରଫୁଲ୍ଲ ବେହେରା ଗିରକାନପଲ୍ଲି ବନ୍ୟା ଆଶ୍ରୟସ୍ଥଳୀ ଗସ୍ତ କରିଥିଲେ।
ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ମାଥିଲି ବିଡିଓ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧୁଙ୍ଗିଆପୁଟସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ଗସ୍ତ କରିଥିଲେ। ରାଜ୍ୟ ଅବଜରଭର, ଜିଲ୍ଲା ଶିକ୍ଷା ଅଧିକାରୀ, ତହସିଲଦାର ମାଲକାନଗିରି ବାଦିଲି ସ୍ଥିତ ଆଶ୍ରୟସ୍ଥଳୀ ଗସ୍ତ କରିଥିଲେ। ସେହିପରି କାଲିମେଳା ତହସିଲଦାର ମୋଟୁ ସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ଗସ୍ତ କରି ଅଭ୍ୟାସ କାର୍ଯ୍ୟକ୍ରମ ଦେଖିଥିଲେ। ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତୀ ଅବସ୍ଥାକୁ ଲକ୍ଷ୍ୟ ରଖି ଧନ ଜୀବନ ସୁରକ୍ଷା ରଖିବା ସହିତ ବିପର୍ଯ୍ୟୟ ସମୟରେ ନିଜକୁ ପ୍ରସ୍ତୁତ ରଖି ଅନ୍ୟ ମାନଙ୍କୁ ସୁରକ୍ଷା କରିବା ପାଇଁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ।
ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ମାଥିଲି ବିଡିଓ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧୁଙ୍ଗିଆପୁଟସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ଗସ୍ତ କରିଥିଲେ। ରାଜ୍ୟ ଅବଜରଭର, ଜିଲ୍ଲା ଶିକ୍ଷା ଅଧିକାରୀ, ତହସିଲଦାର ମାଲକାନଗିରି ବାଦିଲି ସ୍ଥିତ ଆଶ୍ରୟସ୍ଥଳୀ ଗସ୍ତ କରିଥିଲେ।
/filters:format(webp)/sambad/media/media_files/2025/06/20/mkg-natural-calamities-praparation-2-2025-06-20-21-28-22.jpg)
ଅଗ୍ନିଶମ ବିଭାଗର ଅଧିକାରୀ ବୃନ୍ଦ ବନ୍ୟା,ବାତ୍ୟା,ବଜ୍ରାଘାତ,ଭୂମିକମ୍ପ,ସର୍ପଘାତର ପ୍ରାଥମିକ ଚିକିତ୍ସା ଉପରେ ଉପାଦେୟତା ତଥ୍ୟ ପ୍ରଦାନ କରିବା ସହିତ ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ କରାଇଥିଲେ। ବିଭିନ୍ନ ଗ୍ରାମର ବିପର୍ଯ୍ୟୟ ପରିଚାଳନା ପାଇଁ ସତର୍କ ସୂଚନା,ଉଦ୍ଧାରକାରୀ ଦଳ, କ୍ଷୟକ୍ଷତି ଆକଳନ, ରିଲିଫ୍ ଥଇଥାନ ଆଦି ଦଳ ଗଠନ କରିବା ସହିତ ବିପର୍ଯ୍ୟୟ ସମୟରେ ସରକାରୀ କର୍ମଚାରୀଙ୍କ ସହିତ ସହଯୋଗ କରି ଜନସାଧାରଣଙ୍କୁ ସାହାଯ୍ୟ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା। ଓଡରାଫ୍ ଓ ଅଗ୍ନିଶମ ଦଳଙ୍କ ତତ୍ବାବଧାନରେ ଏହି ମକ୍ ଡ୍ରିଲ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜରୁୀକାଳୀନ ବିଭାଗର କର୍ମଚାରୀ କୁନା ନାୟକ ଏହାକୁ ଆୟୋଜନ କରିବାରେ ସହଯୋଗ କରିଥିଲେ।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/20/mkg-natural-calamities-praparation-1-2025-06-20-21-28-22.jpg)