ଜହ୍ନାପଙ୍କ: ବୌଦ୍ଧ ବ୍ଲକ୍ ଜହ୍ନାପଙ୍କ ମେଡିକାଲ ପଡ଼ିଆରେ ଶୁକ୍ରବାର ଦିନ ଜିଲ୍ଲାସ୍ତରୀୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନାର କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିl କଟକ ଠାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ଜହ୍ନାପଙ୍କ ଠାରେ ପ୍ରଦର୍ଶନ କରାଯାଇଥିଲାl କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଥମେ ଅତିଥି ମାନଙ୍କୁ ଉତ୍ତରୀୟ ଓ ଗଛ ଦେଇ ସ୍ୱାଗତ କରାଯାଇଥିଲା।
କାର୍ଯ୍ୟକ୍ରମରେ ସଂଗ୍ରାମପୁର, ତେଲିବନ୍ଧ, ଜହ୍ନାପଙ୍କ ଓ ବଲାସିଙ୍ଗା ଗ୍ରାମର ୨୫ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଏକକ କାର୍ଡ ଅତିଥିମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା। ଏହି ସମାରୋହରେ ବହୁ ସଂଖ୍ୟାରେ ହିତାଧିକାରୀ ଓ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବାଉଁଶୁଣି ମେଡିକାଲ ଅଫିସର ଡ଼ ଅନ୍ତର୍ଯ୍ୟାମୀ ବେହେରା ଓ ଜହ୍ନାପଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡ଼ ଦିବ୍ୟ ଲୋଚନ ମେହେର ସମସ୍ତ କର୍ମଚାରୀ, ଅଙ୍ଗନବାଡି ଏବଂ ଆଶା ଦିଦି ମାନେ ସହଯୋଗ କରିଥିଲେ। ସେହିପରି ମୁଣ୍ଡାପଡା ପଂଚାୟତରେ ସରପଞ୍ଚ ସୁମନ୍ତ ନାଏକ, ବଘିଆପଡା ପଂଚାୟତରେ ଓ ଆମ୍ବଝିର ପଂଚାୟତରେ ପ୍ରେମାନନ୍ଦ ବାଘ ଆୟୁଷ୍ମାନ ଏକକ କାର୍ଡ ବଣ୍ଟନ କରିଥିଲେ।
Health | Boudh | Ayushman Bharat Scheme
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/11/GC2IkaQS85DksxsxH55j.jpg)