ଡାବୁଗାଁ: ଅନେକ ଲୋକ କୁହନ୍ତି, ଡାକ୍ତରଙ୍କୁ ଭଗବାନଙ୍କ ଦ୍ଵିତୀୟ ଅବତାର କୁହାଯାଏ। ରୋଗୀଙ୍କ ଆଶୁ ଆରୋଗ୍ୟ ପାଇଁ ଡାକ୍ତର ସର୍ବଦା ଚେଷ୍ଟିତ ଥାଆନ୍ତି। କିନ୍ତୁ ଶତଚେଷ୍ଟା ପରେ ମଧ୍ୟ ବେଳେ ବେଳେ ରୋଗୀଙ୍କର ମୃତ୍ୟୁ ଘଟିଯାଇଥାଏ। ଏହିଭଳି ସମୟରେ ଡାକ୍ତରଙ୍କୁ ଟାର୍ଗେଟ କରାଯାଇଥାଏ। ଏପରି ଡାକ୍ତରଙ୍କୁ ମାଡ଼ ମଧ୍ୟ ମରାଯାଇଥାଏ। ନବରଂଗପୁର ଜିଲ୍ଲା ଡାବୁଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇ ଦେବାକୁ କହି ଜଣେ ଆହତ ବ୍ୟକ୍ତି ଶକ୍ତ ଚାପୁଡା ମାରିବା ଘଟଣା ଆଲୋଡନ ସୃଷ୍ଟି କରିଛି। 

Advertisment

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରେ ଏଭଳି ଘଟଣା ଘଟିଥିବା ବେଳେ ଅଜଣା ଆହତ ଯୁବକ ସେଠାରୁ ଚଂପଟ ମାରିଛନ୍ତି। ସୂଚନା ଅନୁଯାଇ ଶନିବାର ରାତ୍ର ପ୍ରାୟ ୮ ଘଣ୍ଟ ସମୟରେ ଜଣେ ଅଜଣା ଯୁବକ ଗୋଟିଏ ମହିଳା ସହ ଗୁରୁତର ଆହତ ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ବାଇକ୍‌ରେ ପହଞ୍ଚି ଥିଲେ। ଯୁବକର ମୁଣ୍ଡରେ ଗଭୀର ଆହତ ହୋଇ ରକ୍ତସ୍ରାବ ହେଉଥିବାରୁ ତାକୁ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା।

ଯୁବକର ମୁଣ୍ଡରେ ଆଘାତ ଲାଗିଥିବାରୁ ସିଲାଇ ପଡ଼ିଥିଲା। ମୁଣ୍ଡରେ ସିଲାଇ ପରେ ଯୁବକ ଜଣକ ଇଣ୍ଡୋର ଗୃହରେ ଯାଇଥିଲେ। ସେହି ସମୟରେ ସ୍ବାସ୍ଥ୍ୟ ପରିଚାରିକା (ଏଏନଏମ)ଜଣେ ୧୦୮ ଏମ୍ବୁଳାନ୍ସ ରେ ଆସିଥିବା ରୋଗୀଙ୍କ ନାମ ପଞ୍ଜୀକରଣ କରୁଥିଲେ।

ତେବେ ଆହତ ଯୁବକ ସ୍ବାସ୍ଥ୍ୟ ପରିଚାରିକା ଙ୍କୁ ଶୀଘ୍ର ଚିକିତ୍ସା କରିବାକୁ କହିଥିଲେ। ସେହି ସମୟରେ ଆହତ ଯୁବକ ଙ୍କୁ ଇଞ୍ଜେକସନ ଦେବା ପାଇଁ ଅନ୍ୟ ଜଣେ ସ୍ବାସ୍ଥ୍ୟ ପରିଚାରିକା ପ୍ରସ୍ତୁତ ହେଉଥିଲେ ସୁଦ୍ଧା ଯୁବକ ଜଣକ ଚିକିତ୍ସା କରାଇବା ବଦଳରେ ହଟ ଗୋଳ କରିଥିଲେ। ଆହତ ଯୁବକ ର ହଟ ଗୋଳ ଶବ୍ଦ ଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତା ଚିକିତ୍ସା ଅଧିକାରୀ ଡକ୍ଟର ସୁବାଶିସ ସାହୁ ଆହତ ଯୁବକଙ୍କୁ କଣ ପାଇଁ ପାଟି କରୁଛ ବୋଲି ପଚାରି ବା ସମୟରେ ଯୁବକ ଜଣକ ଅଚାନକ ଡକ୍ଟର ସାହୁଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଚାପୁଡ଼ା ମାରିବା ପରେ ଆହତ ଯୁବକ ନିଜ ଦେହର ଉପର ସ୍ପୋର୍ଟିଂ ବସ୍ତ୍ର କାଢ଼ି ସେଠାରେ ଫୋପାଡ଼ି ନିଜ ବାଇକ୍‌ରେ ବସି ଚାଲି ଯାଇଥିଲା। ଉପର ବସ୍ତ୍ରରେ ବରଦେଇ ଲେଖା ରହିବାରୁ ଅଜଣା ଆହତ ଯୁବକ ଜଣକ ବରଦେଇ ଗ୍ରାମର ସନ୍ଦେହ କରାଯାଇଛି। ତେବେ ଅଳ୍ପ ସମୟ ମଧ୍ୟରେ ଏଭଳି ଘଟଣା ଘଟିବା ପରେ ଘଟଣା ଜାଣିବା ପାଇଁ ଡାକ୍ତରଖାନାରେ ଲୋକଙ୍କ ପ୍ରବଳ ଗହଳି ହୋଇଥିଲା। ଖବର ପାଇ ଡାବୁଗାଁ ପୁଲିସ ଆସି ତଦନ୍ତ ଆରମ୍ଭ କରିଛନ୍ତି।

ରିପୋର୍ଟ: ସଂଜୟ

Health | Attack | Nabarangpur