ରାଇରଙ୍ଗପୁର: ସାନ୍ତାଳୀ ଭାଷା ଅଲଚିକି ଲିପିର ଶତବାର୍ଷିକ ପୁର୍ତ୍ତି ଉପଲକ୍ଷେ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ତିଥିରେ ପଣ୍ଡିତ ରଘୁନାଥ ମୁର୍ମୁ ହେରିଟେଜ୍ ଟ୍ରଷ୍ଟ ପକ୍ଷରୁ ପାଳିତ ହେବାକୁ ଯାଉଥିବା ଶତବାର୍ଷିକ ଉତ୍ସବରେ ପ୍ରଦର୍ଶିତ କରାଯିବା ଉଦ୍ଧେଶ୍ୟରେ ଟ୍ରଷ୍ଟ ପକ୍ଷରୁ ଏକ ବୃତ୍ତଚିତ୍ର ବା ଡକ୍ୟୁମେଣ୍ଟ୍ରି ସିନେମାର ନିର୍ମାଣ ଆରମ୍ଭ ହୋଇଛି।
ଅଲଚିକି ଲିପିର ସ୍ରଷ୍ଟା ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମ ଜୟନ୍ତୀ ଅବସରରେ ସାନ୍ତାଳୀ ଭାଷା ଅଲଚିଚିକି ଲିପିର ଶତ ବାର୍ଷିକ ମହା ଆଡମ୍ବର ସହକାରେ ପାଳନ କରାଯିବା ନେଇ ଟ୍ରଷ୍ଟ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି। ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷଠାରେ ମହା ସମାରୋହର ସହିତ ଅଲଚିକି ଲିପିର ଶତବାର୍ଷିକୀ ଉତ୍ସବ ପାଳନ ସମାରୋହରେ ପ୍ରଦର୍ଶିତ କରାଯିବା ଉଦ୍ଧେଶ୍ୟରେ ଅଲଚିକି ଲିପିର ଉଦ୍ଭାବନ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମର ନିର୍ମାଣ ଆରମ୍ଭ ହୋଇଛି।
/sambad/media/media_files/2025/03/23/img-20250322-wa0291-354268.jpg)
ଚଳଚ୍ଚିତ୍ରର ମୁଖ୍ୟ ବିଷୟ ହେଉଛି ଅଲଚିକି ଲିପି କିପରି ଉଦ୍ଭାବନ ତଥା ପ୍ରଚାର ପ୍ରସାର ହୋଇଥିଲା ଏବଂ ଏନେଇ ଏହାର ଉଦ୍ଭାବକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସଂଗ୍ରାମ ଉପରେ ଏକ ବୃତ୍ତଚିତ୍ର/ଡକ୍ୟୁମେଣ୍ଟ୍ରୀ ସିନେମା ନିର୍ମାଣ ଆରମ୍ଭ ହୋଇଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବଡନାତି ତଥା ପଣ୍ଡିତ ରଘୁନାଥ ମୁର୍ମୁ ହେରିଟେଜ୍ ଟ୍ରଷ୍ଟର ଅଧ୍ୟକ୍ଷ ଚୁନିୟନ ରଘୁନ ମୁର୍ମୁଙ୍କ ତତ୍ବାବଧାନରେ ଏହି ବୃତ୍ତଚିତ୍ର ନିର୍ମିତ ହେଉଥିବାବେଳେ ଏହି ସିନେମାର ନିର୍ଦ୍ଧେଶକ ରାମ ମୁର୍ମୁ,ସମ୍ପାଦକ ଅରମାନ ହାଁସଦାଃ,କ୍ୟାମେରା ମ୍ୟାନ ଅମିତ ଟୁଡୁ, ସୁକାନ୍ତ ହେମ୍ବ୍ରମ ଏବଂ ଚୈତନ ହାଁସଦାଃ ରହିଛନ୍ତି।
ଏହି ସିନେମାର ପଟକଥା ଲେଖିକା ସଲମା ମୁର୍ମୁ ରହିଛନ୍ତି। ଆଦିବାସୀ ସାନ୍ତାଳୀ ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇ ସିନେମାର ସୁଟିଂ କାର୍ଯ୍ୟ ଆରମ୍ଭ କରାଯାଇଛି। ସିନେମାର ଶୁଭ ମୁହୁରତ ସମୟରେ ହେରିଟେଜ୍ ଟ୍ରଷ୍ଟର ଅଧ୍ୟକ୍ଷ ଚୁନିୟନ ରଘୁନ ମୁର୍ମୁଙ୍କ ସହିତ ଟ୍ରଷ୍ଟ ପ୍ରବନ୍ଧକ ଲକ୍ଷ୍ମଣ ମାର୍ଣ୍ଡି,ସାଧାରଣ ସଚିବ ମଦନ ମୋହନ ସୋରେନ୍, ସହ କୋଷାଧ୍ୟକ୍ଷା ସସ୍ମିତା ମୁର୍ମୁ,ଟ୍ରଷ୍ଟ ସଦସ୍ୟ ମାଝ ମୁର୍ମୁ, ସଞ୍ଜୁ ମୁର୍ମୁ ଏବଂ ସ୍ବପ୍ନା ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।
Odia culture | Tribal people | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/03/23/img-20250322-wa0290-746884.jpg)