ସୁନ୍ଦରଗଡ଼: ଆଜି ବି ଅଲୋଡ଼ା ଶିଶୁ କନ୍ୟା। ଶିଶୁ କନ୍ୟା ଜନ୍ମ ହେଲେ ଆଜି ବି ଗ୍ରହଣ କରିପାରୁନାହାନ୍ତି ଲୋକେ। କେହି ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ବେଳେ ତାକୁ ବୁଲା କୁକୁର ଝୁଣି ଖାଇଛନ୍ତି। ଏପରି ଏକ ଅଭାବନୀୟ ଓ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଟାଉନ ଥାନା ମହେଶଡିହିରେ ଥିବ ପାର୍କ ନିକଟରେ।
କେହି ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ବେଳେ ତାକୁ ବୁଲା କୁକୁର ଝୁଣି ଖାଇଛନ୍ତି। ଏପରି ଏକ ଅଭାବନୀୟ ଓ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଟାଉନ ଥାନା ମହେଶଡିହିରେ ଥିବ ପାର୍କ ନିକଟରେ। କେହି ଗର୍ଭପାତ କରାଇ ମୃତଦେହକୁ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। କୁକୁର ମୃତଦେହକୁ ଝୁଣି ଖାଉଥିବା ଦେଖି କାଉନସିଲର ସୁମନ୍ତ ସାହୁ ଓ ସ୍ଥାନୀୟ ଲୋକେ ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
କେହି ଗର୍ଭପାତ କରାଇ ମୃତଦେହକୁ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। କୁକୁର ମୃତଦେହକୁ ଝୁଣି ଖାଉଥିବା ଦେଖି କାଉନସିଲର ସୁମନ୍ତ ସାହୁ ଓ ସ୍ଥାନୀୟ ଲୋକେ ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2024/02/baby.jpg)