ମାଲକାନଗିରି: ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାବର୍ତ୍ତୀ ଅଂଚଳର କାରେଗଟ୍ଟା ଜଂଗଲରେ ଗତ ୨୦ ଦିନ ଧରି ୧୦ ହଜାର ସିଆରପିଏଫ ଯବାନ ଅପରେସନ କରୁଥିବା ବେଳେ ତାଂକ ସହ ସନ୍ଧାନୀ କୁକୁର ରଲୋ ମଧ୍ୟ ଥିଲା। ରଲୋ ଅପରେସନ ବେଳେ ଲ୍ୟାଣ୍ଡମାଇନ ଖୋଜିବାରେ ସିଦ୍ଧହସ୍ତ ଥିଲା। ସେ ଯବାନଙ୍କର ଜୀବନ ବହୁ ଥର ବଞ୍ଚାଇଛି। ରଲୋକୁ ଧରି ତାଂକ ହେଣ୍ଡଲର ଅପରେସନ ସାରି ଜଂଗଲରୁ ଫେରୁଥିବା ବେଳେ ହଠାତ କେଉଁଆଡୁ ୨୦୦ରୁ ଉର୍ଦ୍ଧ୍ବ ମହୁମାଛି ଏମାନଙ୍କ ଉପରେ ଆକ୍ରମଣ କରିଥିଲେ। ଦୁହେଁ ଗୁରୁତର ଆହତ ହୋଇଥିଲେ।
ତେବେ ଚିକିତ୍ସିତ ଅବସ୍ଥାରେ ରଲୋର ମୃତ୍ୟୁ ହୋଇଛି। ରଲୋର ମୃତ୍ୟୁରେ ସମସ୍ତ ଯବାନ ମର୍ମାହତ ହୋଇଥିଲେ। ରଲୋକୁ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଂକର ଶବ ସତ୍କାର କରାଯାଇଥିଲା। ରଲୋର ବୀରତ୍ବକୁ ସମସ୍ତେ ଭୃୟସୀ ପ୍ରଶଂସା କରୁଛନ୍ତି।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/16/G0zNBa59FvX7Tpxlh5Ts.jpg)