ବିଶ୍ରା,୬।୧୦(ଇମିସ): ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍‌ର ମୋନକୋ ପଞ୍ଚାୟତ ଅନ୍ତର୍ଗତ ଚିରୁବେଡ଼ା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗାଁର ନାମଜାଙ୍ଗ ମୁଣ୍ଡା (୩୫) ତାର ନିଜ ବଡ଼ଭାଇ ଏନ.ଏମ. ମୁଣ୍ଡା (୫୭) ଓ ଭାଉଜ ଶୋଭା ମୁଣ୍ଡା (୫୦)ଙ୍କୁ ଫାର୍ସାରେ ହାଣି ହତ୍ୟା କରିଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଏନ.ଏମ. ମୁଣ୍ଡା ଘରେ ଶୋଇଥିବା ବେଳେ ନାମଜାଙ୍ଗ ମୁଣ୍ଡା ତାଙ୍କ ମୁହଁକୁ ଫାର୍ସାରେ ଆକ୍ରମଣ କରିଥିଲା।  ପରେ ଭାଉଜ ଶୋଭାଙ୍କ ବେକକୁ ହାଣି ପକାଇଛି। ଘଟଣାସ୍ଥଳରେ ଏନ.ଏମ. ମୁଣ୍ଡା ଓ ତାଙ୍କ ପତ୍ନୀ ଶୋଭା ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ତୁରନ୍ତ ବିଶ୍ରା ପୁଲିସକୁ ସୂଚନା ଦେଇଥିଲେ।

Advertisment

ବିଶ୍ରା ବ୍ଲକ୍‌ର ମୋନକୋ ପଞ୍ଚାୟତ ଅନ୍ତର୍ଗତ ଚିରୁବେଡ଼ା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗାଁର ନାମଜାଙ୍ଗ ମୁଣ୍ଡା (୩୫) ତାର ନିଜ ବଡ଼ଭାଇ ଏନ.ଏମ. ମୁଣ୍ଡା (୫୭) ଓ ଭାଉଜ ଶୋଭା ମୁଣ୍ଡା (୫୦)ଙ୍କୁ ଫାର୍ସାରେ ହାଣି ହତ୍ୟା କରିଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଏନ.ଏମ. ମୁଣ୍ଡା ଘରେ ଶୋଇଥିବା ବେଳେ ନାମଜାଙ୍ଗ ମୁଣ୍ଡା ତାଙ୍କ ମୁହଁକୁ ଫାର୍ସାରେ ଆକ୍ରମଣ କରିଥିଲା।  ପରେ ଭାଉଜ ଶୋଭାଙ୍କ ବେକକୁ ହାଣି ପକାଇଛି। ଘଟଣାସ୍ଥଳରେ ଏନ.ଏମ. ମୁଣ୍ଡା ଓ ତାଙ୍କ ପତ୍ନୀ ଶୋଭା ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ତୁରନ୍ତ ବିଶ୍ରା ପୁଲିସକୁ ସୂଚନା ଦେଇଥିଲେ। ଅଭିଯୁକ୍ତ ନାମଜାଙ୍ଗଙ୍କୁ ପୁଲିସ ଗିରଫ କରି ଥାନାରେ ପଚରାଉଚରା କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରି ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଥିଲେ। ପୋଷ୍ଟମର୍ଟମ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ହତ୍ୟାକାଣ୍ଡ ପଛରେ ଜମି ବିବାଦ ମୁଖ୍ୟ କାରଣ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଅଭିଯୁକ୍ତ ନାମଜାଙ୍ଗଙ୍କୁ ପୁଲିସ ଗିରଫ କରି ଥାନାରେ ପଚରାଉଚରା କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଡବଲ ମର୍ଡର ଘଟଣା ଚିରୁବେଡ଼ା ସମେତ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।