ଭୁବନେଶ୍ୱର: ନୟାଗଡ଼ଜିଲ୍ଲା ଦଶପଲ୍ଲା ବ୍ଲକ୍ର ଆଦିବାସୀବହୁଳ ଦୁଡ଼ା ପଞ୍ଚାୟତର ବାଇଝରି ଗାଁରେ ନୟାଗଡ଼ ବନଖଣ୍ଡର ଆର୍ଥିକ ସହଯୋଗରେ ଏକ ପିଇବାପାଣି ବିଶୁଦ୍ଧୀକରଣ ପ୍ରକଳ୍ପ ୫ ଏପ୍ରିଲ୍ ୨୦୨୫ରେ ଲୋକାର୍ପିତ ହୋଇଯାଇଛି। ବ୍ୟବହାର ଅନୁପଯୋଗୀ ନଳକୂଅକୁ ସୁରକ୍ଷିତ ପିଇବାପାଣି ପ୍ରକଳ୍ପ ରୂପେ କାର୍ଯ୍ୟକ୍ଷମ କରାଯାଇଛି। ଯହିଁରେ ବ୍ୟବହୃତ ପମ୍ପ୍ ଉଭୟ ସୌରଶକ୍ତି ଓ ବିଦ୍ୟୁତ୍ ଶକ୍ତିରେ ଚାଲିପାରୁଛି। ଫଳରେ ବିଜୁଳି ନଥିବା ବେଳେ ବି ସଂପୃକ୍ତ ନଳକୂଅରୁ ପାଣି ଉଠାଇ ହେବ। ଏହି ଜଳଶୋଧନ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ପ୍ରଥମେ ଗ୍ରାମବାସୀଙ୍କୁ ପ୍ରଶିକ୍ଷିତ କରାଯାଇଛି।
ସୂଚନାଯୋଗ୍ୟ, ଗାଁରେ ଅନ୍ୟ କୌଣସି ବିକଳ୍ପ ଜଳଉତ୍ସ ନଥିବା ବେଳେ ଉକ୍ତ ନଳକୂଅର ପାଣିରେ ମାତ୍ରାଧିକ ଫ୍ଲୋରାଇଡ୍ ସହ ଟିଡିଏସ୍ ଆଦି ବିପଜ୍ଜନକ ଉପାଦାନ ରହିଥିଲା, ଯାହା ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହେଉଥିଲା। ଏହି ଯାନ୍ତ୍ରିକ ନଳକୂଅର ପାଣି ଏବେ ଗାଆଁ ଲୋକଙ୍କର ପିଇବା ରାନ୍ଧିବା ସହ ଅନ୍ୟ ଘର କାମରେ ଲାଗିପାରିବ। ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଗ୍ରାମବାସୀ ପ୍ରତିଘରୁ ପ୍ରତି ମାସରେ ଚାନ୍ଦା ଆଦାୟ କରିବାର ବ୍ୟବସ୍ଥା ଖଞ୍ଜାଯାଇଛି।
ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏହାର ଲୋକାର୍ପଣ କରିଥିବା ବେଳେ ‘ଅନ୍ୱେଷା ଅଧ୍ୟୟନ ଷ୍ଟ୍ରାଟେଜିଜ୍’, ଭୁବନେଶ୍ୱର ନାମକ ବୈଷୟିକ ସଂସ୍ଥା ଏହାର ଜ୍ଞାନକୌଶଳ ଯୋଗାଇଛି। ପିଇବାପାଣି ସମସ୍ୟାର ସମାଧାନ ପାଇଁ ଏଇ ମଡେଲକୁ ଜିଲ୍ଲାପାଳ ପସନ୍ଦ କରିଛନ୍ତି।
/sambad/media/media_files/2025/04/10/6469b3b6-9170-4382-a2b5-67d2d1417ee6-880316.jpg)
ତେବେ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏଭଳି ଆହୁରି ପ୍ରକଳ୍ପ ବସାଇବାର ସମ୍ଭାବନା ରହିଥିବା ସୂଚନା ମିଳିଛି। ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ବୈଷୟିକ ସଂସ୍ଥାର ନିର୍ଦେଶକ ଶ୍ରୀୟା ମହାନ୍ତି, ସଂସ୍ଥାର ପରାମର୍ଶଦାତା ଅମଳିନ ପଟ୍ଟନାୟକ, ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ସୁମନ ମାଝୀ, ଭାରପ୍ରାପ୍ତ ବିଡିଓ ସାରଦା ପ୍ରସନ୍ନ ମହାନ୍ତି, ସହକାରୀ ଯନ୍ତ୍ରୀ ଆଦିତ୍ୟ ଜେନା, ଯନ୍ତ୍ରୀ ରମେଶ କୁମାର ଜାନୀ, ବନପାଳ ରାକେଶ କୁମାର ସାହୁଙ୍କ ସହ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
Drinking
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/10/a6a1f3b6-b81a-44e9-9952-6f9f5d2590ea-505326.jpg)