ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ଅଧିନରେ ଥିବା ବାକିକାମ୍ବା ଗ୍ରାମରେ ଦେଖିବାକୁ ମିଳିଛି ପାନୀୟ ଜଳ ସମସ୍ୟା। ଗ୍ରାମବାସୀଙ୍କ ସୂଚନା ଅନୁସାରେ ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ଵ ସମୟ ହେଲା ବସୁଧା ଯୋଜନା ଦ୍ବାରା ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏଠାରେ ମଟର ଖରାପ ଥିବାରୁ ଲୋକେ ଜଳ ଯନ୍ତ୍ରଣା ଭୋଗୁଛନ୍ତି।
ଅଞ୍ଚଳରେ ବିଲମାଳରେ ୩ ଗୋଟି ଚୂଆ ରହିଛି। ଗୋଟିଏ ସୋଲାର୍ ଟାଙ୍କି ଓ ଗୋଟିଏ ନଳକୂପ ରହିଛି। କିନ୍ତୁ ଏସବୁ ନାମକୁ ମାତ୍ର। ଏହା ଚାଲୁ ନାହି। ଲୋକମାନେ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ଏହି ପାଣି ଗୋଳିଆ ହୋଇଥିବା ବେଳେ ଗ୍ରାମବାସୀଙ୍କ ଅନ୍ୟ କିଛି ଉପାୟ ନାହିଁ। ଲୋକେ ବାଧ୍ୟ ହୋଇ ଏହି ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି।
ଦୂଷିତ ପାଣି ପାଇଁ ହଇଜା ରୋଗରେ ଆକ୍ରାନ୍ତ ହୋଇ ଲୋକେ ମୃତ୍ୟୁ ମୁଖରେ ପଡୁଥିବା ଖବର ଜାଣିବା ପରେ ଲୋକେ ଆହୁରି ଆତଙ୍କ ହୋଇଛନ୍ତି। ଏକ ମାସରୁ ଊର୍ଦ୍ଧ୍ବ ହେବ ଏହି ପାନୀୟ ଜଳ ଯୋଗାଣ ବନ୍ଦ୍ ରହିଥିବା ବେଳେ ସଜାଡ଼ିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ହଁ ହଁ ରେ ହିଁ କଥା ରହି ଯାଉଛି।
ସେପଟେ ଅନ୍ୟ ଜିଲ୍ଲାମାନଙ୍କରେ ଦୂଷିତ ପାଣି ପାଇଁ ହଇଜା ରୋଗରେ ଆକ୍ରାନ୍ତ ହୋଇ ଲୋକେ ମୃତ୍ୟୁ ମୁଖରେ ପଡୁଥିବା ଖବର ଜାଣିବା ପରେ ଲୋକେ ଆହୁରି ଆତଙ୍କ ହୋଇଛନ୍ତି। ଏକ ମାସରୁ ଊର୍ଦ୍ଧ୍ବ ହେବ ଏହି ପାନୀୟ ଜଳ ଯୋଗାଣ ବନ୍ଦ୍ ରହିଥିବା ବେଳେ ସଜାଡ଼ିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ହଁ ହଁ ରେ ହିଁ କଥା ରହି ଯାଉଛି। ଥରେ ଖରାପ ହେବା ପରେ ମରାମତି ହେଲା କିନ୍ତୁ ଗୋଟେ ଦୁଇ ଦିନ ପରେ ଯେସାକୁ ତେସା ଲଗାଣ ବର୍ଷା ଚାଲିଛି। ତେବେ ବର୍ଷାରେ ଅଧିକ ପାଣି ଗୋଳିଆ ହେଇ ଖରାପ ହେବା ନିଶ୍ଚିତ। ତେଣୁ ଏହାର ସ୍ଥାୟୀ ସମାଧାନ କରିବା ଦିଗରେ ବିଭାଗୀୟ ଅଧିକାରୀ ତତ୍ପର ହେଲେ ଗ୍ରାମବାସୀ ଉପକୃତ ହୋଇଥାନ୍ତେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
Kandhamal