ଭୁବନେଶ୍ବର: ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଇଛନ୍ତି ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି, ପାନୀୟ ଜଳଯୋଗାଣରେ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ। ଏ ଦିଗରେ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଏନେଇ ବିଭାଗ ପକ୍ଷରୁ ୭ ଦିନରେ ଦୁଇ ଥର ମନିଟରିଂ କରାଯିବ। 

Advertisment

ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ। ୨୦୭ ମେଗା ପ୍ରକଳ୍ପ ଦ୍ୱାରା ପାଣି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ୧୮ ଟି ପ୍ରକଳ୍ପରେ ସବୁ ଘରକୁ ହର ଘର ଜଳ ବ୍ୟବସ୍ଥା ହୋଇଛି।  ଅଗଷ୍ଟରେ ୨୧ ଟି ସେପ୍ଟେମ୍ବର ଶେଷ ସୁଦ୍ଧା ୧୧ ଟି ଡିସେମ୍ବର ସୁଦ୍ଧା ୨୨ ଟି ପ୍ରକଳ୍ପ ଶେଷ ହେବ। ୨୦୧୬ ମସିହା ଠାରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ୨୦୨୫ରେ ସରିବ। ୨୦୧୬ ରୁ ଆରମ୍ଭ ହୋଇଥିଲା ଲୋକମାନେ ଆତୁର ହୋଇ ପାଣି ପାଇଁ ଅପେକ୍ଷା କରିଥିଲେ। ପାଣି ପହଞ୍ଚିବାରେ ବିଳମ୍ବ ହୋଇଥିଲା। ୨୯ ହଜାର ୫୧୨ ଟି ନଳକୂପ ଏ ବର୍ଷ ଦିଆଯାଇଥିଲା ୨୦ ହଜାର ୮୯୧ ଟି ନଳକୂପ ଖନନ ହୋଇ ଲୋକେ ପାଣି ପାଉଛନ୍ତି। ଏଜେନ୍ସି ପାଇଁ ସବୁ ଦିନେ ପେନାଲ୍ଟି ରହୁଛି। ବଳକା ପ୍ରକଳ୍ପ ୨୦୩୬ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ସମସ୍ତ ଜିଲ୍ଲା ଓ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨୭ ହଜାର ୫୭୦ ନଳକୂପ ଖୋଳା ଯାଇଛି। 

ସେ ଆହୁରି କହିଛନ୍ତି, ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ। ୨୦୭ ମେଗା ପ୍ରକଳ୍ପ ଦ୍ୱାରା ପାଣି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ୧୮ ଟି ପ୍ରକଳ୍ପରେ ସବୁ ଘରକୁ ହର ଘର ଜଳ ବ୍ୟବସ୍ଥା ହୋଇଛି।  ଅଗଷ୍ଟରେ ୨୧ ଟି ସେପ୍ଟେମ୍ବର ଶେଷ ସୁଦ୍ଧା ୧୧ ଟି ଡିସେମ୍ବର ସୁଦ୍ଧା ୨୨ ଟି ପ୍ରକଳ୍ପ ଶେଷ ହେବ। ୨୦୧୬ ମସିହା ଠାରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ୨୦୨୫ରେ ସରିବ। ୨୦୧୬ ରୁ ଆରମ୍ଭ ହୋଇଥିଲା ଲୋକମାନେ ଆତୁର ହୋଇ ପାଣି ପାଇଁ ଅପେକ୍ଷା କରିଥିଲେ। ପାଣି ପହଞ୍ଚିବାରେ ବିଳମ୍ବ ହୋଇଥିଲା। ୨୯ ହଜାର ୫୧୨ ଟି ନଳକୂପ ଏ ବର୍ଷ ଦିଆଯାଇଥିଲା ୨୦ ହଜାର ୮୯୧ ଟି ନଳକୂପ ଖନନ ହୋଇ ଲୋକେ ପାଣି ପାଉଛନ୍ତି। ଏଜେନ୍ସି ପାଇଁ ସବୁ ଦିନେ ପେନାଲ୍ଟି ରହୁଛି। ବଳକା ପ୍ରକଳ୍ପ ୨୦୩୬ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ସମସ୍ତ ଜିଲ୍ଲା ଓ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨୭ ହଜାର ୫୭୦ ନଳକୂପ ଖୋଳା ଯାଇଛି।