ପାଟଣାଗଡ଼(ଶିରୀଶ ଚନ୍ଦ୍ର ଖମାରୀ ): ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଭରୁଆମୁଣ୍ଡା ଛକ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ୍ ଓଲଟି ପଡ଼ିଥିବା ବେଳେ ଏଥିରେ ଚାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଚାଉଳ ବୋଝେଇ ହୋଇ ଯାଉଥିବା ଏକ ଟ୍ରକ( ସିଜି ୦୬ ଜିଏମ ୮୬୧୫) ରେ ଚାଉଳ ବୋଝେଇ ହୋଇ ଶନିବାର ମଧ୍ୟ ରାତ୍ରିରେ ଯାଉଥିଲା। ବେଲପଡ଼ା ବ୍ଲକ ଭରୁଆମୁଣ୍ଡା ଗ୍ରାମ ନିକଟରେ ଚାଉଳ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଚାଳକ ଟ୍ରକ ଓ ଚାଉଳରେ ଚାପି ହୋଇଥିଲେ। ମେସିନ ଲଗାଇ ମୃତ ଚାଳକଙ୍କୁ ଉଦ୍ଧାର କରା ଯାଉଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ତେବେ ଚାଳକଙ୍କ ପରିଚୟ ମିଳିଛି।ଚାଳକଙ୍କ ନାଁ ଜନକ ହାତୀ। ବରଗଡ଼ ଜିଲ୍ଲା ଡୋଙ୍ଗାଚଞ୍ଛା ଗାଁରେ ତାଙ୍କର ଘର ବୋଲି ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/02/9LphrrbuH1CPBHZkGe0e.jpg)