ରାଉରକେଲା: ବେଦବ୍ୟାସ- କଳୁଙ୍ଗା ମୁଖ୍ୟ ରାସ୍ତାର ଗୋଇଭଙ୍ଗା ନିକଟରେ ଲୁହାବୋଝେଇ ଟ୍ରଲର ଧକ୍କାରେ କାର ଚୁରମାର ହୋଇଯାଇଛି l କାର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l ମୃତକ ହେଲେ ଗୋଇଭଙ୍ଗାର ବିକାଶ କେରକେଟା (୨୫)l ଟ୍ରଲର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି l କ୍ଷତିପୂରଣ ଦାବିରେ ପରିବାର ଓ ପଡୋଶୀ ରାସ୍ତାରୋକ କରିଛନ୍ତି l ଗତକାଲି ବିଳମ୍ବିତ ରାତିରୁ ରାସ୍ତାରୋକ ଜାରି ରହିଛି l

Advertisment

ବ୍ରାହ୍ମଣୀତରଙ୍ଗ ପୁଲିସ ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ କୌଣସି ସମାଧାନ ହୋଇପାରିନି l କାର ଭିତରେ ମୃତକଙ୍କ ଶବ ପଡି ରହିଛି l ମିଳିଥିବା ସୂଚନାମୁତାବକ ବିକାଶ ଗତକାଲି ରାତିରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ବେଦବ୍ୟାସସ୍ଥ ଘରୋଇ ହସ୍ପିଟାଲରେ ଭର୍ତି କରି କାରରେ ଘରକୁ ଫେରୁଥିଲେ l ଗୋଇଭଙ୍ଗା ସେଣ୍ଟ ଗ୍ରେଗୋରିୟସ ଵିଧ୍ୟାଳୟ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରଲର ଧକ୍କା ଦେଇଥିଲା l