ଅସୁରାଳି: ପୁଲିସ ପିଛା କରୁଥିବା ଦୁଇଟି ବେଆଇନ ଗୋରୁ ବୋଝେଇ ପିକ-ଅପ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ଅସୁରାଳି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ଗୋଟିଏ ଗାଡ଼ି ଡ୍ରାଇଭରର ମୃତ୍ୟୁ ହୋଇଥିଲା ବେଳେ ୩ ଗୋରୁଙ୍କର ମୃତ୍ୟୁ ହୋଇଛି। ଦୁଇଟି ଗାଡ଼ିରୁ ୨୭ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି।
ଦୁଇଟି ପିକ ଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ନେଇ ଧାମନଗର ପୁଲିସକୁ ଖବର ମିଳିଥିଲା। ଧାମନଗର ଏବଂ ଧୂଷୁରୀ ଥାନା ପୁଲିସ ମିଳିତ ଭାବେ ଗୋରୁ ଗାଡ଼ିକୁ ପିଛା କରିଥିଲେ। ପୁଲିସ କବଳରୁ ଖସିଯିବା ପାଇଁ ଉଦ୍ୟମ କରୁଥିବା ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଳାଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଅସୁରାଳି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ଡ୍ରାଇଭର ଓ ତିନୋଟି ଗୋରୁ ମୃତ୍ୟୁବରଣ କରିଛନ୍ତି। ଜଣେ ଡ୍ରାଇଭର ଖସି ଯାଇଥିବା ବେଳେ ସହଯୋଗୀମାନେ ଫେରାର ହୋଇ ଯାଇଛନ୍ତି। ପୁଲିସ ଏବଂ ସ୍ଥାନୀୟ ଲୋକମାନେ ଖଣ୍ଡିଆ ଖାବରା ଅବସ୍ଥାରେ ୨୭ ଗୋରୁଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଶାଳାରେ ଛାଡ଼ିଛନ୍ତି। ପୁଲିସ ଦୁଇଟି ପିକ ଅପକୁ ଜବତ କରିଛି।
/sambad/media/media_files/2025/04/27/05PwirE6D2C3P0lmH6o8.jpg)
ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଦୁଇଟି ପିକ ଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ନେଇ ଧାମନଗର ପୁଲିସକୁ ଖବର ମିଳିଥିଲା। ଧାମନଗର ଏବଂ ଧୂଷୁରୀ ଥାନା ପୁଲିସ ମିଳିତ ଭାବେ ଗୋରୁ ଗାଡ଼ିକୁ ପିଛା କରିଥିଲେ। ପୁଲିସ କବଳରୁ ଖସିଯିବା ପାଇଁ ଉଦ୍ୟମ କରୁଥିବା ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଳାଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଅସୁରାଳି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ଡ୍ରାଇଭର ଓ ତିନୋଟି ଗୋରୁ ମୃତ୍ୟୁବରଣ କରିଛନ୍ତି। ଜଣେ ଡ୍ରାଇଭର ଖସି ଯାଇଥିବା ବେଳେ ସହଯୋଗୀମାନେ ଫେରାର ହୋଇ ଯାଇଛନ୍ତି। ପୁଲିସ ଏବଂ ସ୍ଥାନୀୟ ଲୋକମାନେ ଖଣ୍ଡିଆ ଖାବରା ଅବସ୍ଥାରେ ୨୭ ଗୋରୁଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଶାଳାରେ ଛାଡ଼ିଛନ୍ତି। ପୁଲିସ ଦୁଇଟି ପିକ ଅପକୁ ଜବତ କରିଛି। ଏହି ଘଟଣାକୁ କେନ୍ଦ୍ରକରି ଚାପା ଉତ୍ତେଜନା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/27/4Ob3ghs2w1e93CbRobin.jpg)