ପୁରୀ: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପୁଣି ଥରେ ଡ୍ରୋନ୍ ଉଡ଼ିଛି। ଶ୍ରୀମନ୍ଦିର ନୀଳଚକ୍ର ଉପରେ ପଇଁତରା ମାରି। ନୀଳଚକ୍ର ଠାରୁ ସିଂହଦ୍ଵାର ଏବଂ ସିଂହଦ୍ଵାର ଠାରୁ ଉତ୍ତରଦ୍ୱାର ପର୍ଯ୍ୟନ୍ତ ପରିକ୍ରମା ମାର୍ଗ ଉପରି ଭାଗରେ ପ୍ରାୟ ୧୫ ମିନିଟ କାଳ ପଇଁତରା ମାରିଛି। ଏହା କେଉଁଠାରୁ ଡ୍ରୋନ ଅପରେଟ ହେଉଛି ଓ କିଏ ଅପରେଟ୍ କରୁଛି ତାହା ଜଣାପଡ଼ି ନାହିଁ। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। 

Advertisment

ଶ୍ରୀମନ୍ଦିର ଆକାଶ ଉପରେ ବାରମ୍ବାର ଡ୍ରୋନ୍‌ କ୍ୟାମେରା ବୁଲୁଛି। ମନ୍ଦିରର ଭିତର ପାର୍ଶ୍ବ ଫଟୋ ଓ ଭିଡିଓ ଭାଇରାଲ ହେବା ଘଟଣା ନୂଆ ନୁହେଁ। ବାରମ୍ବାର ଏଭଳି ଘଟଣା କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଉଛି।

ସୂଚନାଯୋଗ୍ୟ ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ କ୍ୟାମେରା ଉଡ଼ୁଥିବା ଦେଖିବାକୁ ମିଳିଛି। ଡ୍ରୋନ୍‌ କ୍ୟାମେରାର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ ତନାଘନା କରିଛି। ଗତ ଜୁନ ମାସରେ ଜଣାପଡ଼ିଥିଲା ଯେ, ଉତ୍ତରପ୍ରଦେଶର ହିମାଂଶୁ ନାମକ ଜନୈକ ବ୍ୟକ୍ତିଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରୁ ଏହା ଭାଇରାଲ୍‌ ହୋଇଥିବା ଜଣାପଡ଼ିବା ପରେ ହିମାଂଶୁ ନିଜ ଆକାଉଣ୍ଟରୁ ଏହି ଭିଡିଓଟିକୁ ଡିଲିଟ୍‌ କରି ଦେଇଥିଲେ। ଏ ନେଇ ସିଂହଦ୍ବାର ଥାନାରେ ହେମନ୍ତ କୁମାର ପାଢ଼ୀ ଅଭିଯୋଗ କରିବାରୁ ପୁଲିସ ୮୨/୨୫ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଜୁନ ୧ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ସୋସିଆଲ୍‌ ମିଡିଆରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ୁଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏହି ଭିଡିଓରେ ଚୁନରା ସେବାୟତ ବାନା ବାନ୍ଧିବାକୁ ଯିବା ସମୟର ଦୃଶ୍ୟକୁ ଡ୍ରୋନ୍‌ ମାଧ୍ୟମରେ ରେକର୍ଡିଂ କରାଯାଇଥିବା ବେଳେ ଚୁନରା ସେବାୟତ ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। 

puri