କୋରାପୁଟ: ଜିଲ୍ଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ ଗୁଡିକୁ ଆସିଥିବା ବିଦ୍ୟୁତ ବିଲ୍ ଜିଲ୍ଲାର ବିଭିନ୍ନ ବ୍ଲକ ପୈଠ କରି ପାରି ନଥିଲେ। ଫଳରେ ଟାଟାପାୱାର ପକ୍ଷରୁ ୧୫୧ଟି ପ୍ରକଳ୍ପର ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ। ଏହା ଫଳରେ ଏବେ ଜିଲ୍ଲାର ସବୁ ବ୍ଲକରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ଅଚଳ ଥିବା ସୂଚନା ମିଳିଛି। ଏହା ଫଳରେ ପ୍ରାୟ ୧୫୧ଟି ଗାଁ ସହ ଆଉ ୯୦ଟି ପଡ଼ାକୁ ପାନୀୟ ଜଳଯୋଗାଣ ହୋଇ ପାରୁ ନଥିବା ସୂଚନା ମିଳିଛି। ଏହି ସବୁ ଗ୍ରାମବାସୀ ମାନେ ନଳକୂଅ କିମ୍ବା କୁଅରୁ ପାଣି ନେଇ ପିଉଥିବା ସୂଚନା ମିଳିଛି।   

Advertisment

ଜଳଜୀବନ ମିସନରେ ୨୦୨୦-୨୧ରୁ ୨୦୨୩-୨୪ ଯାଏଁ ଅନୁଦାନ ମିଳିବା ସହ ପାଇପ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ସହ ନିର୍ମାଣ ସରିଥିବା ପ୍ରକଳ୍ପ ଜରିଆରେ ଜଳଯୋଗାଣ କରାଯାଉଥିଲା। ଗତ ୬ବର୍ଷ ତଳେ ଆରମ୍ଭ ହୋଇିଲା ମେଗା ଜଳଯୋଗାଣ ପ୍ରକଳ୍ପ। ଜିଲ୍ଲାର ୧୪ଟି ବ୍ଲକ ପାଇଁ ୮ଟି ସ୍ଥାନରୁ ଏହି ଯୋଜନାରେ ପାଣି ଘରକୁ ଘର ଯୋଗାଇବାକୁ ଲକ୍ଷ୍ୟ ରହିଥିଲା।  ଏଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୩ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ୮ଟିରୁ ଗୋଟିଏ ମୁରାନ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ରହିଛି। ବଳକା ୭ଟିରୁ କିଛି ପ୍ରକଳ୍ପର କାମ ଆରମ୍ଭ ହୋଇଥିବା ବେଳେ ଆଉ କିଛି ପ୍ରକଳ୍ପର କାମ ଧିର ମନ୍ଥରଗତିରେ ଚାଳିଛି।

ଜିଲ୍ଲାରେ ଏବେ ୧୭,୭୮୦ଟି ନଳକୂପ ଓ ୪୮୨ଟି ପରିମଳ କୂପ ରହିଛି। ଏହା ସହିତ ୬୪୫ଟି ପାଇପ ଜଳ  ଯୋଗାଣ ପ୍ରକଳ୍ପ କରାଯାଇଛି। ଜିଲ୍ଲାରେ ଥିବା ସମୁଦାୟ ୪୪୦୪ଟି ଜନବସତି ଭିତରୁ ପ୍ରାୟ ୧୦୩୦ଟି ଜନବସତିକୁ ଏହି ପ୍ରକଳ୍ପ ଗୁଡିକରୁ ପାଇପ ପାଣି ଯୋଗାଇ ଦିଆଯାଉଛି।

ପାଖାପାଖି ୨୦ହଜାର ଘର ଏଥିରୁ ଫାଇଦା ପାଇଥାନ୍ତି। କିନ୍ତୁ ବାକି ଜନବସତିରେ ଥିବା ୨ ଲକ୍ଷ ୭୫ ହଜାର ଘର ନଳକୂଅ କିମ୍ବା କୂଅ ଉପରେ ନିର୍ଭର କରିଥାନ୍ତି। କିଛି ସ୍ଥାନରେ ଲୋକେ ଝରଣା, ନଦୀ, ନାଳର ପାଣି ବ୍ୟବହାର କରନ୍ତି। ତେବେ ବିଦ୍ୟୁତ ସଂଯୋଗ ନଥିବାରୁ ଜିଲ୍ଲାର ୧୪ଟି ବ୍ଲକର ୧୫୧ଟି ପ୍ରକଳ୍ପ ବନ୍ଦ ରହିଛି।

ମୁରାନରେ ପ୍ରଥମେ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକଳ୍ପ ଦ୍ବାରା ବୋରିଗୁମ୍ମା, ଜୟପୁର ଓ କୋଟପାଡ ବ୍ଲକର ୫୧ଟି ପଞ୍ଚାୟତକୁ ପାଣି ଯୋଗାଇବାକୁ ଲକ୍ଷ୍ୟ ରହିଥିଲା। କୋଲାବ ଜଳଭଣ୍ଡାରରେ ୬ଟି ପ୍ରକଳ୍ପ ଓ ଇନ୍ଦ୍ରାବତୀ ପ୍ରକଳ୍ପରେ ୨ଟି ଏପରି ୮ଟି ପ୍ରକଳ୍ପ   ନିର୍ମାଣଜାରୀ ରହିଛି। ଏବେ କିଛି ସ୍ଥାନରେ ପ୍ରକଳ୍ପର ନିର୍ମାଣ ଓ ପାଇପ ବିଛା କାମ ଏବେ ବି ଜାରୀ ରହିଛି। ମୁରାନ-୧ ପ୍ରକଳ୍ପ ଆଂଶିକ ଆରମ୍ଭ ହୋଇଥିବା ବେଳେ କୋଟପାଡ଼ ଓ ବୋରିଗୁ୍ମ୍ମା ବ୍ଲକରେ ଯୋଗାଣ ଆରମ୍ଭ ହୋଇଛି କହିଛନ୍ତି  ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରୁ ସୂଚନା ମିଳିଛି।