ଦେଓଗାଁ/ସଇଁତଳା: ବଲାଙ୍ଗୀରଜିଲ୍ଲା ସଇଁତଲା ବ୍ଲକରେ ଅଟଳ ବସଷ୍ଟାଣ୍ଡ ଉଦଘାଟନ ଫଳକରେ ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚଙ୍କ ନାମ ନଥିବାରୁ ଏହାକୁ ନେଇ ଗତକାଲି ତୁମୁଳ କାଣ୍ଡ ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ଗୁରୁତର ସହ ନେଇ ବଲାଙ୍ଗୀର ପୁଲିସ ତଦନ୍ତ କରିବା ପରେ ଫଳକ ଭାଙ୍ଗିବା ଅଭିଯୋଗରେ ସରପଞ୍ଚଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସରପଞ୍ଚ ଜଣକ ହେଲେ ସଇଁତଳା ବ୍ଲକ ଡୁଙ୍ଗୁରିପାଲିର ସରପଞ୍ଚ ଗଜପତି ସାହୁ।
ସଇଁତଳାରେ ଚାପା ଉତ୍ତେଜନା
ସରପଞ୍ଚ ଶ୍ରୀ ସାହୁ ଫଳକ ଭାଙ୍ଗିବା ପାଇଁ କାନ୍ଥରୁ କାଢ଼ି ନେଇ ଭାଙ୍ଗୁଥିବାରୁ ତାଙ୍କୁ ଗିରଫ କରିଛି ପୁଲିସ। ଗିରଫ ହୋଇଥିବା ସରପଞ୍ଚଙ୍କୁ କୋର୍ଟ ଚାଲାଣ କରିବା ପାଇ ପୁଲିସ ପ୍ରସ୍ତୁତ ହେଉଥିବା ବେଳେ ବିଜେଡି ପକ୍ଷରୁ ସଇଁତଳା ଥାନା ଘେରାଉ କରିବା ପାଇଁ ସଜ ହେଉଥିବା ଜଣାପଡିଛି। ତେବେ ଏହାକୁ ନେଇ ସଇଁତଳାରେ ଚାପା ଉତ୍ତେଜନା ଲାଗି ରହିଛି।
ଆହୁରି ପଢ଼ନ୍ତୁ:Alonso Left Post ଆଲୋଁସୋ ହେଲେ ଆଲୋଡ଼ା, ମାତ୍ର ୭ ମାସରେ ରିୟଲ୍ ମାଡ୍ରିଡ୍ ଛାଡ଼ିଲେ
ସୂଚନା ମତେ ଗତକାଲି ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ଅଟଳ ବସଷ୍ଟାଣ୍ଡକୁ ଉଦଘାଟନ କରିଥିଲେ। ଏଥିରେ ଲାଗିଥିବା ଫଳକକୁ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଲୋକାର୍ପଣ କରିଥିଲେ ବି ଫଳକରେ ତାଙ୍କ ନାଁ ସହ ସରପଞ୍ଚଙ୍କ ନାମ ବି ନ ଥିଲା, ଯାହାକୁ ନେଇ ଉପସ୍ଥିତ ଥିବା ସମର୍ଥକ ଅସନ୍ତୋଷ ପ୍ରକାଶ କରିଥିଲେ।
ଆହୁରି ପଢ଼ନ୍ତୁ:Human Sagar Death ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା, ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/13/falak-2026-01-13-10-04-11.png)