କଟକ: ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମା ଦୁର୍ଗା। କଟକ ଦେବୀଗଡ଼ାରେ ଶେଷ ହୋଇଛି ଦୁର୍ଗାଙ୍କ ବିସର୍ଜନ କାର୍ଯ୍ୟ। କାଠଯୋଡ଼ି ନଦୀ ଦେବୀଗଡ଼ାରେ ବିସର୍ଜନ ହେଲା ୧୧୮ଟି ମେଢ଼। ଆଜି ସକାଳୁ ଦେବୀଗଡ଼ାରେ ୧୮ଟି ମେଢ଼ ବିସର୍ଜନ ପରେ କଟକରେ ଶେଷ ହୋଇଛି ଦୁର୍ଗାଙ୍କ ଭସାଣି ପର୍ବ।
ସୂଚନାଯୋଗ୍ୟ, କଟକରେ ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ଦଶହରା ରାତିରୁ ଆରମ୍ଭ ହୋଇଥିଲା। ବିଭିନ୍ନ ପୂଜାମଣ୍ଡପର ମା ଦୁର୍ଗା ସାହି ବୁଲିବା ପରେ କାଠଯୋଡ଼ି ଦେବୀଗଡ଼ାରେ ବିସର୍ଜିତ ହୋଇଛି। ଦେବୀଗଡ଼ାଠାରେ ପୂର୍ବରୁ ୩ଟି କୁତ୍ରିମ ପୋଖରୀ ପ୍ରସ୍ତୁତ ହୋଇଥିଲା। ଦେବୀଗଡ଼ାଠାରେ ଆଲୋକୀକରଣ, ପବ୍ଲିକ ଶୌଚାଳୟର ବ୍ୟବସ୍ଥା କରିଥିଲା କଟକ ମହାନଗର ନିଗମ। କଟକରେ ୧୫୦ରୁ ଅଧିକ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କୁ ମୃଣ୍ମୟୀ ମୂର୍ତ୍ତି ବିସର୍ଜିତ ହୋଇଛି। କଟକରେ ଏଥିଲାଗି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
କଟକ ଦେବୀଗଡ଼ାରେ ଶେଷ ହେଲା ଦୁର୍ଗାଙ୍କ ବିସର୍ଜନ
କଟକ ଦେବୀଗଡ଼ାରେ ଶେଷ ହୋଇଛି ଦୁର୍ଗାଙ୍କ ବିସର୍ଜନ କାର୍ଯ୍ୟ। କାଠଯୋଡ଼ି ନଦୀ ଦେବୀଗଡ଼ାରେ ବିସର୍ଜନ ହେଲା ୧୧୮ଟି ମେଢ଼। ଆଜି ସକାଳୁ ଦେବୀଗଡ଼ାରେ ୧୮ଟି ମେଢ଼ ବିସର୍ଜନ ପରେ କଟକରେ ଶେଷ ହୋଇଛି ଦୁର୍ଗାଙ୍କ ଭସାଣି ପର୍ବ।
/sambad/media/media_files/dgRG2KW4SnamB1yCOoBf.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)