ଭୁବନେଶ୍ବର: ସଞ୍ଜ ବାଜିଲେ ସାଙ୍ଘାତିକ ହେଉଛି ସହରର ସ୍ଥିତି । ଭୁବନେଶ୍ବରରେ ବିଗିଡିଯାଉଛି ଟ୍ରାଫିକ ବ୍ୟବସ୍ଥା । ସମସ୍ତେ ପୂଜା ମଣ୍ଡପ ବୁଲିବାକୁ ଘରୁ ବାହାରୁଥିବା ବେଳେ ରାସ୍ତାରେ ଭିଡ ଅସମ୍ଭାଳ ଦେଖିବାକୁ ମିଳୁଛି । କିଲୋମିଟର କିଲୋମିଟର ଯାଏଁ ଗାଡିର ଲମ୍ବା ଲାଇନ ଲାଗୁଛି । ଖାଲି କାର ନୁହେଁ ମାଳମାଳ ବାଇକ ପାଇଁ ବି ରାସ୍ତାର ଭିଡ ନିୟନ୍ତ୍ରଣ ସୀମା ଲଙ୍ଘୁଛି । ରାସ୍ତାରେ ଘଣ୍ଟା ଘଣ୍ଟା ଜାମ୍ ଲାଗି ରହୁଛି । ୧୦୦ ମିଟର ରାସ୍ତା ଅତିକ୍ରମ କରିବାକୁ ଅଧ ଘଣ୍ଟା ଉପରେ ଲାଗି ଯାଉଛି ।
/filters:format(webp)/sambad/media/media_files/2025/09/29/cr-2025-09-29-20-26-04.jpeg)
ପୂଜା ଦେଖିବାକୁ ଆସୁଥିବା ଲୋକ ରାସ୍ତା କଡରେ ଗାଡ଼ି ଥୋଇ ପଳାଇ ଯାଉଥିବାରୁ ଏବଂ ମଣ୍ଡପ ସାମ୍ନାରେ ଗାଡ଼ି ରଖି ଦର୍ଶନ କରୁଥିବାରୁ ଭିଡ ବଢୁଥିବା କୁହାଯାଉଛି । ଟ୍ରାଫିକ ନିୟମକୁ ଲୋକେ ମାନୁନଥିବା ବେଳେ ମନଇଚ୍ଛା ରାସ୍ତାର ଏପଟ ସେପଟ ଗାଡି ନେଉଥିବା ଦେଖିବାତୁ ମିଳୁଛି । ଯାହା ଫଳରେ ଭିଡ ସାଙ୍ଘାତିକ ହେଉଛି । ଭିଡରେ ଆମ୍ବୁଲାନ୍ସ ବି ଫସିଯାଉଥିବା ଦେଖିବାକୁ ମିଳୁଛି । ରୋଗୀଟିଏ ଭିଡ ପାଇଁ ଅଳ୍ପ ସମୟରେ ହସ୍ପିଟାଲରେ ପହଞ୍ଚି ପାରୁନି । ଆଜି ସଂଧ୍ଯାରେ ଭିଡ ବରମୁଣ୍ଡା ଠାରୁ ରସୁଲଗଡ଼ ଯାଏଁ ଲାଗିଛି ।
/filters:format(webp)/sambad/media/media_files/2025/09/29/9-2025-09-29-20-26-18.jpeg)
ତେବେ ଏ ଭିଡ ଏବର୍ଷ ନୁହେଁ ଗତବର୍ଷ ବି ଠିକ୍ ଏମିତି ସମସ୍ୟା ଦେଖା ଦେଇଥିଲା । ଗୋଟେ ପଟେ ଟ୍ରାଫିକ ଭିଡ ଲାଗିଥିବା ବେଳେ ଅନ୍ୟପଟେ ଭକ୍ତି ଭିଡ ଲାଗିଛି । ମଣ୍ଡପ ଆଗରେ ଖଚାଖଚ ଭିଡ ଦେଖିବାକୁ ମିଳୁଛି । ଲୋକେ ମାଆଙ୍କ ଦର୍ଶନ ପାଇଁ ଏବଂ ଭଳି କି ଭଳି ସଜା ହୋଇଥିବା ପେଣ୍ଡାଲ ବୁଲିବାକୁ ତୋରଣ ଆଗରେ ଭିଡ ଲଗାଉଛନ୍ତି । ତେବେ ରସୁଲଗଡ ଛକରେ ଆଜି ଦୁଇଟି ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟେ ପଟେ ଭିଡ ଗାଡିର ଲାଗିଛି ଆଉ ଅନ୍ୟପଟେ ଭିଡ ମାଆଙ୍କ ଦର୍ଶନ ପାଇଁ ଲାଗିଛି ।
/filters:format(webp)/sambad/media/media_files/2025/09/29/new-project-2-2025-09-29-20-27-08.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/29/new-project-2025-09-29-20-23-40.jpg)