ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ବଡ଼ପଦା ଅଞ୍ଚଳରେ ନିଆଁରେ ଜଳିଯାଇ ଯୁବତୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ଅପରାହ୍ଣରେ ବିଜୁ ଜନତା ଦଳ (ବିଜେଡି) ସାମ୍ବାଦିକ ସମ୍ମିଳନୀ କରିଛି। ସ୍ଥାନୀୟ ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି, ଓଡ଼ିଶାରେ ଚାଲିଛି ସୁଶାସନ ବଦଳରେ ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କର ଶାସନ ଚାଲିଛି। ଓଡ଼ିଶାରେ ପୀଡ଼ିତାମାନେ ଗୁହାରି କରିବେ ଯାହାକୁ, ଅପରାଧିମାନେ ଗେରସ୍ତ କରିବେ ତାହାକୁ ବୋଲି ଅଭିଯୋଗ ଆଣିଛି।
ବିଜେଡି କହିଛି, ଓଡ଼ିଶା ପୁଲିସ ପୀଡ଼ିତାଙ୍କ ଗୁହାରି ଶୁଣୁ ନାହିଁ। ବାରମ୍ୱାର ଏଭଳି ଘଟଣା ଘଟୁଛି। କେନ୍ଦ୍ରାପଡା ପୀଡ଼ିତାଙ୍କ ଏଫ୍ଆଇଆର୍ ପଂଜୀକରଣ ହୋଇପାରିଲା ନାହିଁ।
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଓଡ଼ିଶାର ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡ଼ିଛି। କେତେବେଳେ ଭୋଗରାଇ, କେତେବେଳେ ନିମାପଡ଼ା, କେତେବେଳେ କଟକ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ଯୁକ୍ତ ତିନି ତୃତୀୟ ବର୍ଷର ଝିଅଟି ଯିଏ ଜୀବନ ହାରିଲା। ଏଥି ପାଇଁ ଜୀବନ ହାରିଲା ଯେ ତାର ଏଫଆଇଆର ଗ୍ରହଣ କରିଗଲା ନାହଁ। ଏହା ପ୍ରଥମ ଘଟଣା ନୁହେଁ। ଗତ ଦୁଇ ତିନି ସପ୍ତାହ ଭିତରେ ଏହା ଚତୁର୍ଥ ଘଟଣା ଯେ ଏଫ ଆଇ ଆର ପଞ୍ଜୀକରଣ ହେଉନାହିଁ। ମୁଖ୍ୟମନ୍ତ୍ରୀ କହିଥିଲେ ଜିରୋ ଏଫଆଇଆର ପଞ୍ଜୀକରଣ କରିବା ପାଇଁଁ ବାଧ୍ୟ। ଆଜି ଲାଗୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କଥା ଡିଜିପି ଶୁଣୁନାହାନ୍ତି। ଛାତ୍ରୀମାନେ ନିରାଶ ହୋଇପଡ଼ିଛନ୍ତି। ଆଜି ସେ ଝିଅର ବାପା ଥାନାକୁ ଯାଇ ଅନୁରୋଧ କରିଥିଲେ। ଆଇଆଇସି ଘଟଣାସ୍ଥଳକୁ ଯାଇ ନଥିଲେ। ଏସପି ବାହାସ୍ପଟ ମାରୁଛନ୍ତି ମୁଁ ଏଣିକି ସବୁ ତଦନ୍ତ କରିବି। ତେବେ ପୁର୍ବରୁ କଣ ତଦନ୍ତ ଆଉଟ୍ ସୋର୍ସିଂ କି ଦେଇଥିଲେ ବୋଲି ବିଜେଡି ପ୍ରଶ୍ନ କରିଛି। କୌଣସି ସ୍ଥାନରେ ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏଭଳି ଘଟଣାର ପୁନରାବୃତ୍ତି ହେଉଛି। ଝିଅ ଜୀବନ ହାରୁଛନ୍ତି। ଆଉ କେତେ ଦିନ ଯାଏ ଅପେକ୍ଷା କରିବା। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଚଳାଇ ପାରୁନାହାନ୍ତି। ଯଦି ମୁଖ୍ୟମନ୍ତ୍ରୀଙ୍କ ନିଜ ପ୍ରତି ଟିକିଏ ସମ୍ମାନ ଥିବ ଗୃହ ବିଭାଗ ଆଉ କାହାକୁ ଦିଅନ୍ତୁ।
ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଗୃହ ବିଭାଗର ସ୍ବାସ୍ଥ୍ୟ ଅସୁସ୍ଥ ହୋଇ ପଡ଼ିଛି। ଦୁର୍ବଳ ସରକାର, ଦୁର୍ବଳ ଶାସନ ଏବଂ କିଛି ଅପାରଗ ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟରେ ଅପରାଧିମାନେ ଭୟ ଶୂନ୍ୟ ହୋଇଛନ୍ତି। ମୋତେ ଲାଗୁଛି ଓଡ଼ିଶାରେ ବୋଧହୁଏ ନ୍ୟାୟ ସଂହିତା ଲାଗୁ ହୋଇ ନାହିଁ। ସେଥି ପାଇଁ ଏ ସରକାରରେ ପୁଲିସ୍କୁ ଯେବେ ପୀଡ଼ିତା ଏଫ୍ଆଇଆର୍ ଦେବାକୁ ଯାଉଛି ପୁଲିସ୍ କହୁଛି ଫୋନ୍ରୁ ବ୍ଲାକ ମେଲେରର ନମ୍ୱରକୁ ବ୍ଲକ୍ କରିଦିଅ। କାର୍ଯ୍ୟନୁଷ୍ଠାନ ହେଇପାରିବ ନାହିଁ। ଏ କଣ ଲୋକଙ୍କ ସରକାରର ତ୍ୱରିତ ପଦକ୍ଷେପ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାଜିଲ୍ଲା ପଟ୍ଟାମୁଣ୍ଡାଇର ବଡ଼ପଦା ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଜୀବନ ହାରି ଦେଇଛନ୍ତି। ଗୁରୁତର ଭାବେ ପୋଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଯୁବତୀ ଜଣକ କେଉଁ କାରଣରୁ ଏଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
BJD | BJP
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/06/bjd-2025-08-06-18-11-14.jpg)