ସୁନ୍ଦରଗଡ଼: ଖଣି ଚୋରି ଘଟଣାର ସାତ ଦିନ ପରେ ଖଣି ନିର୍ଦ୍ଦେଶଙ୍କ ନିର୍ଦ୍ଦେଶରେ ରାଉରକେଲା ଉପ ନିର୍ଦ୍ଦେଶକ ତଦନ୍ତ ପାଇଁ ପହଞ୍ଚିଛନ୍ତି। ଖଣି ଉପ ନିର୍ଦ୍ଦେଶକ ବିମ୍ବାଧର ସେଠୀଙ୍କ ନେତୃତ୍ବରେ ୯ ଜଣିଆ ଟିମ୍ ତଦନ୍ତ ଜାରି ରଖିଛନ୍ତି। ତେଲେନଡିହି ଏବଂ ରତନସରା ବେଆଇନ ଖଣି ଉପରେ ତଦନ୍ତ କରୁଛନ୍ତି ଏହି ଟିମ୍।
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖଣି ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ । ଏହି ଟମରେ ତାଙ୍କ ସହ କନିଷ୍ଠ ଖଣି ଅଧିକାରୀ ମଙ୍ଗଳ ଚରଣ ହେମ୍ରମ ଓ ଅଜୟ କୁମାରଙ୍କ ସମେତ ୯ ଜଣିଆ ସଦସ୍ୟ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/09/NwmO6eBys7k9KzvFad0j.jpg)