ଜୟପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଡେପୁଟି ରେଞ୍ଜର ନେପାକଙ୍କ ଜୟପୁର ଓ ଭୁବନେଶ୍ବରର ୫ଟି ଠିକଣାରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍। ଜୟପୁର ଏନ୍କେଟି ରୋଡ୍ରେ ଥିବା ୪୦୦୦ ବର୍ଗଫୁଟର ୩ ମହଲା କୋଠା ଓ ଜୟପୁର ଗୋଲଡେନ୍ ହାଇଟ୍ସ ଆପାର୍ଟମେଣ୍ଟରେ ଚଢ଼ଉ କଲା ବେଳେ ଆଚମ୍ବିତ ହୋଇଥିଲେ ଭିଜିଲାନ୍ସ ଅଧିକାରୀ। ଆପାର୍ଟମେଣ୍ଟର ୫୧୦ ଓ ୫୧୧ ନଂବର ରୁମ୍ରେ ଛାନଭିନ୍ ପରେ ୫୧୦ ନଂ ରୁମ୍ରୁ ଏକ ଗୁପ୍ତ ଟ୍ରେଜେରି ମିଳିଥିଲା। ଯେଉଁଥିରେ ବଣ୍ଡଲ ବଣ୍ଡଲ ଟଙ୍କା ରଖାଯାଇଥିଲା। ୫୦୦ ଓ ୨୦୦ ଟଙ୍କିଆ ନୋଟ୍ ବିଡ଼ା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ପୁଳାପୁଳା ଟଙ୍କାବିଡ଼ା ସହିତ ୪ଟି ସୁନା ବିସ୍କୁଟ, ୧୦ ଗ୍ରାମ୍ ଓଜନର ୧୬ଟି ସୁନା କଏନ୍, ସୁନା ହାର, ଚୁଡ଼ି, ମାଳି, ମଙ୍ଗଳସୂତ୍ର ଭଳି ବହୁ ଦାମୀ ଅଳଙ୍କାର ସାମଗ୍ରୀ ଭିଜିଲାନ୍ସ ଜବତ କରିଥିଲା। ଜୟପୁର ସହରାଞ୍ଚଳରେ ୨ଟି ମୂଲ୍ୟବାନ ଜମି ସହିତ ଭୁବନେଶ୍ବର ପଟିଆ ରଘୁନାଥପୁରରେ ୧୮୦୦ ବର୍ଗଫୁଟର ୩ ବିଏଚ୍କେ ଫ୍ଲାଟ୍ ଠାବ କରିଛି ଭିଜିଲାନ୍ସ। ଘରେ ଥିବା ସାମଗ୍ରୀର ଦାମ ୧୫.୫୦ ଲକ୍ଷ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ତେବେ ଭୁବନେଶ୍ବର ଫ୍ଲାଟ୍, ନେପାକଙ୍କ ସମ୍ପର୍କୀୟ ଓ ଶ୍ବଶୁର ଘରେ ଚଢ଼ଉ ହୋଇଥିଲେ ମଧ୍ୟ ସେଠାରୁ କ’ଣ ସମ୍ପତ୍ତି ମିଳିଛି ତାହା ସ୍ପଷ୍ଟ କରିନାହିଁ ଭିଜିଲାନ୍ସ। ୬ଟି ସ୍ଥାନରେ ହୋଇଥିବା ଚଢ଼ଉରେ ଜୟପୁର, ନବରଙ୍ଗପୁର, ମାଲକାନଗିରି ଭିଜିଲାନ୍ସ କାର୍ଯ୍ୟାଳୟର ୬ ଡିଏସ୍ପି, ୫ ଇନ୍ସପେକ୍ଟର, ୯ ଏଏସଆଇ ଏବଂ ଏକାଧିକ କର୍ମଚାରୀ ସାମିଲ୍ ହୋଇଥିଲେ।
ଘରେ ଥାକ ମାରି ରଖାଯାଇଥିଲା ନଗଦ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା। ବ୍ୟାଙ୍କରେ ଅଛି ୧ କୋଟି ୩୨ ଲକ୍ଷ ୮୫ ହଜାର ୭୫୪ ଟଙ୍କା। ତା’ ସାଙ୍ଗକୁ ଦେଢ଼ କେଜି ସୁନା, ୪.୬୩୭ କେଜି ରୁପା, ଜୟପୁର ସହରରେ ୩ ମହଲା ବିଶାଳ କୋଠା, ୨ଟି ଫ୍ଲାଟ୍, ୨ଟି ପ୍ଲଟ୍ ଏବଂ ଭୁବନେଶ୍ବରରେ ଗୋଟିଏ ଫ୍ଲାଟ୍। ବିଭିନ୍ନ ଇନ୍ସ୍ୟୁରାନସ୍ କମ୍ପାନିରେ ବାବୁଙ୍କର ଲକ୍ଷଲକ୍ଷ ଟଙ୍କା ବିନିଯୋଗ ହୋଇଥିବାବେଳେ ୨ଟି ଚାରିଚକିଆ, ୩ଟି ଦୁଇଚକିଆ ଯାନ ସମେତ ଆଖି ଖୋସି ହୋଇଗଲା ଭଳି ରହିଛି ଅମାପ ସମ୍ପତ୍ତି। ଫରେଷ୍ଟ ଗାର୍ଡରୁ ଜୟପୁର ଡେପୁଟି ରେଞ୍ଜର ବନିଥିବା ରାମଚନ୍ଦ୍ର ନେପାକଙ୍କ ବେନାମୀ ସମ୍ପତ୍ତିର ତାଲିକା ଦେଖି ଖୋଦ୍ ଭିଜିଲାନ୍ସର ବି ହୋସ୍ ଉଡ଼ିଯାଇଛି। ୨୦୨୫ ଡିସେମ୍ବରରେ ବାବୁ ଅବସର ନେଇଥାନ୍ତେ, ହେଲେ ତା’ପୂର୍ବରୁ ତାଙ୍କ ଦୁର୍ନୀତିର ପେଡ଼ି ଖୋଲି ଦେଇଛି ଭିଜିଲାନ୍ସ। ତଦନ୍ତ ସରି ନ ଥିବାରୁ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି କହିଛନ୍ତି ଜୟପୁର ଭିଜିଲାନ୍ସ ଏସ୍ପି ରବୀନ୍ଦ୍ର କୁମାର ପଣ୍ଡା।

୧୯୮୯ ମସିହାରେ ଜଙ୍ଗଲ ବିଭାଗରେ ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରିଥିଲେ ନେପାକ। ୨୦୦୯ ମସିହାରେ ଫରେଷ୍ଟର ଭାବେ ତାଙ୍କୁ ପଦୋନ୍ନତି ମିଳିଥିଲା। ଇତିମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ନେପାକ କାମ କରିଥିବା ବେଳେ ୨୦୨୩ରେ ଡେପୁଟି ରେଞ୍ଜର ଭାବେ ପଦୋନ୍ନତି ପାଇଥିଲେ। ଜୟପୁର ବନଖଣ୍ଡର ରାମଗିରି ରେଞ୍ଜର ଭାବେ ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ କାମ କରିବା ପରେ ମାତ୍ର ୨୦ଦିନ ତଳେ ସେ ଜୟପୁର ଡେପୁଟି ରେଞ୍ଜର ଭାବେ ଯୋଗ ଦେଇଥିଲେ। ବନୀକରଣ ସମେତ ଜଙ୍ଗଲ ସୁରକ୍ଷା ବାବଦକୁ ଆସିଥିବା ଅନୁଦାନ ହଡ଼ପ କରି ନେପାକ ବିପୁଳ ସମ୍ପତ୍ତିର ମାଲିକ ହୋଇଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/26/ramchandra-nepak-2025-07-26-11-38-46.jpg)