ମାଲକାନଗିରି: ଜିଲ୍ଲାରେ ସୁଭଦ୍ରା ଯୋଜନା ପରେ ବଣ୍ଡାଘାଟିରେ ମଧ୍ୟ ଇ-କେୱାଇସି କରିବାରେ ବଣ୍ଡା ଜନଜାତି ବହୁ ପଛରେ। କେବଳ ବଣ୍ଡା ଜନଜାତି ନୁହଁ, ରାଜ୍ୟରେ ମାଲକାନଗିରି ଜିଲ୍ଲା ତଳଆ଼ଡ଼ୁ ଦ୍ବିତୀୟ ସ୍ଥାନରେ ରହିଛି। ମୋବାଇଲ ନେଟୱର୍କ ସମସ୍ୟା, ଉପାନ୍ତ ଅଂଚଳକୁ ଯୋଗାଯୋଗ ନଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ଯୋଗାଣ ବିଭାଗ କହିଛି ଏ ଦିଗରେ ଦୃଷ୍ଟି ଦିଆଯାଉଛି, କିଭଳି ଇ-କେୱାଇସି ସମସ୍ତ ହିତାଧିକାରୀ ସାମିଲ ହେବେ ସେନେଇ ଚେଷ୍ଟା କରାଯାଉଛି। 

Advertisment

ବଣ୍ଡାଘାଟିରେ ଥିବା ତାଜାବେଡା ଗ୍ରାମର ସୋନୁ ଶିଶାଙ୍କ ସମସ୍ୟା ହେଲା ଅବଧି ପରେ ଅବଧି ବଢୁଥିଲେ ମଧ୍ୟ ତାଂକ ପରିବାରର ହୋଇପାରିନି ଇ-କେୱାଇସି। କେବଳ ସୋନୁର ହିଁ ନୁହେଁ ବରଂ ଘାଟିର ଡମ୍ବରୁ ଏବଂ ନନ୍ଦ ଭଳି ଦୁଇ ଜଣଙ୍କର ମଧ୍ୟ ହୋଇ ନାହିଁ ଇ-କେଵାଇସି। ବଣ୍ଡାଘାଟିର କଥା ଯଦି କହିବା ମୁଦୁଲିପଡା ପଞ୍ଚାୟତରେ ମୋଟ ୪୦୫୫ ଜଣ ହିତାଧିକାରୀ ଥିବା ବେଳେ ଇ-କେଵାଇସିରେ ମାତ୍ର ୨୩୯୪ ଜଣ ସାମିଲ ହୋଇପାରିଛନ୍ତି। 

ଖଇରପୁଟ ବ୍ଲକରେ ୩୮,୯୬୧ ଜଣ ହିତାଧିକାରୀ ରହିଥିବା ବେଳେ ଏବେ ସୁଦ୍ଧା ୩୨,୧୪୨ ଜଣ ହିତାଧିକାରୀ ଇ-କେୱାଇସି କରିପାରିଛନ୍ତି। ବଳକା ୬୮୧୪ ଜଣ ଆଜି ବି ଇ-କେୱାଇସି କରିପାରି ନାହାନ୍ତି। ବଣ୍ଡାଘାଟି ଅପହଞ୍ଚ ଏବଂ ନେଟୱର୍କର ବ୍ୟବସ୍ଥା ନଥିବାରୁ ବଣ୍ଡା ଜନଜାତି ଇ-କେୱାଇସି ସଂପର୍କରେ ଅବଗତ ହୋଇପାରୁନାହାନ୍ତି ଏବଂ ଇ-କେୱାଇସି କରିପାରୁ ନାହାନ୍ତି। ଯାହାକି ଫଳାଫଲ ଅତି ଦୁର୍ବଳ ବୋଲି ଦର୍ଶାଯାଇଛି।

 

ସେହିପରି ମାଲକାନଗିରି ଜିଲ୍ଲାର ଯଦି କଥା କହିବା ତେବେ ଜିଲ୍ଲାରେ ମୋଟ ୫ଲକ୍ଷ ୩୮ ହଜାର ୪୭୩ ଜଣ ହିତାଧିକାରୀ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୫୫ ହଜାର ୬୯୫ ଜଣଙ୍କର ଇ-କେୱାଇସି ହୋଇପାରିଛି। ଯାହାକି ୮୫ ପ୍ରତିଶତ ହୋଇଛି। ଏବେ ବି ୮୨ ହଜାର ୭୭୮ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ରାଜ୍ୟ କଥା ଯଦି କହିବା ଇ-କେୱାଇସିରେ ମାଲକାନଗିରି ୨୯ ନମ୍ବରରେ ଥିବା ବେଳେ ଯାହାକି ଶେଷ ଆଡୁ ଦ୍ବିତୀୟରେ ରହିଛି। ଇ-କେୱାଇସିକୁ ନେଇ ଚିନ୍ତାରେ ପଡିଛନ୍ତି ହିତାଧିକାରୀ। ଯୋଗାଣ ବିଭାଗ କହିଛି ଜିଲ୍ଲାରେ କିଛି ଉପାନ୍ତ ଅଂଚଳରେ ମୋବାଇଲ ସେବା ନରହିବା, ଗାଁକୁ ଯୋଗାଯୋଗର ବ୍ୟବସ୍ଥା ନଥିବା ଯୋଗୁଁ ଏପରି ବାଧା ସୃଷ୍ଟି ହୋଇଛି। ଆଗାମୀ ଦିନରେ ଯୋଗାଣ ବିଭାଗ ପକ୍ଷରୁ ସେଗୁଡିକ ଚିହ୍ନଟ କରାଯାଇ ସବୁ ହିତାଧିକାରୀମାନଙ୍କୁ କିପରି ଏଥିରେ ସାମିଲ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି।