ମାଲକାନଗିରି: ଜିଲ୍ଲାର ପ୍ରତିଷ୍ଠିତ ଘଡେଇ ଆବାସିକ ମହାବିଦ୍ୟାଳୟରେ ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଂଗପୁର ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମାଲାକନଗିରି ବିଧାୟକ ନରସିଂହ ମାଡକାମୀ ଉପସ୍ଥିତ ଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରୁ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ,ଘଡେଇ କଲେଜର ପରିଚାଳନା ନିର୍ଦେଶକ ସୁରେଶ ଚନ୍ଦ୍ର ଘଡେଇ, ସିଡିଏମଓ ଡ.ଏମ.ଜଗନ୍ନାଥ ରାଓ, ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ, ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ସାମଲ ପ୍ରମୁଖ ଉପସ୍ଥିତଥିଲେ।
ଏହି ଅବସରରେ ପ୍ରଥମେ ଘଡେଇ ମହାବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ତରଫରୁ ଇ-ଲାଇବ୍ରେରି କେନ୍ଦ୍ରକୁ ସାଂସଦ ବଳଭଦ୍ର ମାଝୀ ଶୁଭ ଉଦଘାଟନ କରିଥିଲେ। ଯାହାଫଳରେ ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ଜ୍ଞାନ ଆରୋହଣ କରିପାରିବେ ବୋଲି କୁହାଯାଇଛି। ପରେ ଆୟୋଜିତ ସାଧାରଣ ସଭାରେ ଶତାଧିକ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଶିକ୍ଷାର ଉପକାରିତା ସଂପର୍କରେ ବୁଝାଇଥିଲେ।
/sambad/media/media_files/2025/01/23/mkg-ghadei-college-annual-function.jpg)
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ମଧ୍ୟ କହିବା ସହ ମାଲକାନଗିରି ବିକାଶ ଏବଂ ଶିକ୍ଷା କ୍ଷେତ୍ରରେ ସରକାର ବହୁ ଯୋଜନା କରୁଥିବା କହିଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ପିଲାଙ୍କୁ ଉଚିତ ମାର୍ଗରେ ଯିବା ପାଇଁ ଉପଦେଶ ଦେବା ସହ ଭବିଷ୍ୟତରେ କଣ ହେବେ ଏବେ ଠାରୁ ଲକ୍ଷ୍ୟ ହାସଲ ପାଇଁ କଷ୍ଟ ପଡିବା ପାଇଁ କୁହାଯାଇଥିଲା।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା। ଶେଷରେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/23/mkg-ghadei-college-annual-function1.jpg)