ଭୁବନେଶ୍ବର: ରାଜସ୍ବ ସେବା ପାଇଁ ଉଦ୍ଦିଷ୍ଟ ଇ -ରେଜିଷ୍ଟେସନ ଆପ୍‌ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଣିକି ଗୋଟିଏ ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା। ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା ଆପ୍ ଦ୍ଵାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ବିଭିନ୍ନ ସମସ୍ୟାର ସମାଧାନ କରିହେବ ବୋଲି ଜଣାଯାଇଛି। ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି।

Advertisment

ଏହି ଆପରେ ବିଭିନ୍ନ ପ୍ରକାର ସେବା ପାଇଁ ଆବେଦନ ହୋଇପାରିବ। ବିଭିନ୍ନ ଜାଗଜପତ୍ର ଆଦି ଅନ୍‌ଲାଇନ୍‌ରେ ଡାଉନ୍‌ଲୋଡ୍ କରିହେବ।ମୋବାଇଲ୍ ଆପ୍’ରେ ଥ‌ିବା ସୁବିଧା ରହିଛି। ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍କଟ୍ ବୁକିଙ୍ଗ୍ ଓ ବ୍ଳକ୍ ହୋଇଥିବା ସ୍କୁଟ୍‌ର ସ୍ଥିତି ଜାଣିବା, ଏନ୍‌କ୍ୟୁମ୍‌ବ୍ରାନ୍ସ ସାର୍ଟିଫିକେଟ ପାଇଁ ଆବେଦନ, ପ୍ରମାଣୀକୃତ ନକଲ ପାଇଁ ଆବେଦନ, ନିଜର ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ଜାଣିବା, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା, ପରିଦର୍ଶକ ମୂଳକ ପଞ୍ଜୀକରଣ ନିମନ୍ତେ ଆବେଦନ ସେବା ସମ୍ବନ୍ଧିତ ମତାମତ ପ୍ରଦାନ ଆଦି ବ୍ୟବସ୍ଥା ରହିଛି।

cmo odisha